ମହାଶିବରାତ୍ରି ଉପଲକ୍ଷେ ୧୫ ୟୁନିଟ ରକ୍ତ ସଂଗ୍ରହ


ବୌଦ୍ଧ,(ହୃଦାନନ୍ଦ ମେହେର/ସୁଶାନ୍ତ କୁମାର ବେହେରା) ବୌଦ୍ଧ ରକ୍ତ ଭଣ୍ଡାରରେ କିଛି ଦିନ ହେବ ରକ୍ତ ର ବହୁତ୍ ଅଭାବ ଦେଖା ଯାଇଥିଲା ଯାହା ରୋଗୀ ଙ୍କ ପାଇଁ ବହୁତ୍ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼ିଥିଲା!କାରଣ ସାରା ରାଜ୍ୟରେ ତ୍ରିସ୍ତରୀୟ ନିର୍ବାଚନ ପାଇଁ ନିର୍ବାଚନ ରେ ଜନସାଧାରଣ ମାତିରହିଥିବା ବେଳେ କୌଣସି ଜାଗାରେ ରକ୍ତ ଦାନ ଶିବିର ଆୟୋଜନ ହୋଇ ପାରୁ ନଥିଲା । ତେଣୁ ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତ ର ବହୁତ ଅଭାବ ଦେଖାଦେଇଛି!ଏହାକୁ ଆଖିରେ ରଖି ମହା ଶିବରାତ୍ରୀ ଉପଲକ୍ଷେ ସମାଜ ସେବୀ ପ୍ରିୟବ୍ରତ ନାୟକ ଏବଂ ବିଶ୍ୱଜିତ ପ୍ରଧାନ ଙ୍କ ନେତୃତ୍ୱରେ ଆଜି ବୌଦ୍ଧ ମୁଖ୍ୟ ରକ୍ତ ଭଣ୍ଡାରରେ ଏକ ରକ୍ତ ଦାନ ଶିବିର ଆରମ୍ଭ କରାଯାଇଥିଲା!ଏହି କାର୍ଯ୍ୟ କ୍ରମରେ Red cross Authority Dr Prabir Das ଯୋଗ ଦେଇ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଉତ୍ସାହିତ କରିଥିଲେ । ଏହି ରକ୍ତ ଦାନ ଶିବିରରେ ସ୍ଵ୍ଇଛାରେ ହରଭଙ୍ଗା ବ୍ଲକ ଧଳପୁର ଅଂଚଳ ର ରକ୍ତ ଦାତା ପ୍ରିୟବ୍ରତ ନାୟକ, ଆଜାଦ୍ ନାୟକ, ପ୍ରଦ୍ୟୁମ୍ନ ନାୟକ, ଧିରେନ୍ ସେଠୀ, କୁନାଲ୍ ବେହେରା,ଆଲୋକ ,ଗୋପାଳ ବାରିକ,ସତ୍ୟନାରାୟଣ ସାହୁ ,ନିରାକାର ପ୍ରଧାନ,ଦୟାନିଧି ପ୍ରଧାନ , ଟିଚେନ୍ ବେହେରା, ବିଶ୍ୱଜିତ୍ , ସୁବାଷ ,ଶିବ,ଶ୍ରୀରାମ ସମେତ ରକ୍ତ ଦାନ କରି ବୌଦ୍ଧ ଜିଲ୍ଲା ରକ୍ତ ଭଣ୍ଡାରରେ ୧୫ ୟୁନିଟ ରକ୍ତ ଦାନ କରିଥିଲେ।

Post a Comment

Previous Post Next Post