ଟି ଏଚ ପି ଇଣ୍ଡିଆ ତରଫରୁ ଆନ୍ତର୍ଜତୀୟ ମହିଳା ଦିବସ ପାଳନ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଟି ଏଚ ପି ଇଣ୍ଡିଆ ତରଫରୁ ଏହି ରାଧାନଗର ଠାରେ ବିଶ୍ୱ ମହିଳା ଦିବସ ପାଳନ କରାଯାଇଛି! କ୍ଷେତ୍ର ପ୍ରିଶିକ୍ଷକ ପ୍ରତାପ ମେହେର ଏହି କାର୍ଯ୍ୟକ୍ରମରେ ସମସ୍ତ ଙ୍କୁ ସ୍ଵାଗତ ଜଣାଇ ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ।ବିଭିନ୍ନ ଗ୍ରାମରୁ ଆସିଥିବା ମହିଳା ମାନେ ଆଜି ଦିନ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଯେ ବର୍ତ୍ତମାନ ପରିସ୍ଥିତି ଆଗ ଅପେକ୍ଷା ସମ୍ପୂର୍ଣ୍ଣ ଅଲଗା । ରାଧାନଗର ଏମ୍ବିକେ ପ୍ରଭାତୀ ବାରିକ କହିଥିଲେ ଯେ ଆଗଭଳି ଆଉ ମହିଳା ମାନେ ଦୁର୍ବଳ ନୁହନ୍ତି ।ଜଳ ଠୁ ଆରମ୍ଭ କରି ଆକାଶ ପଥ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନେ ଆଗୁଆ। ତେଣୁ ଆଜିର ଦିନରେ ଆମେ ସମସ୍ତେ ସଂକଳ୍ପ ନେବା ଆବଶ୍ୟକ ଯେ ନିଜେ କାହାର ପ୍ରଲୋଭନ ଅନ୍ଧବିଶ୍ୱାସ କି କାହାର ପ୍ରବର୍ତନା ରେ ଆସିବା ନାହିଁ କି ଅନ୍ୟ କଉ ମହିଳାଙ୍କୁ ମଧ୍ୟ ଆସିବାକୁ ଦେବନାହିଁ। ନିଜେ ନିଜର ପରିଚୟ ସୃଷ୍ଟି କରି ଅନ୍ଧବିଶ୍ୱାସ କୁ ଏଡାଇବା ଏବଂ ପ୍ରରୋଚନା ର ଶିକାର କାହାରିକୁ ହେବାକୁ ବି ଦେବାନି। ଶେଷରେ ସ୍ଥାନୀୟ ସିଆର୍ପି ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ

Post a Comment

Previous Post Next Post