ସୁବର୍ଣ୍ଣପୁର(ଗଣପତିବାଘ)ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗାଁରେ ଅଗ୍ନିକାଣ୍ଡଘଟି ଦୁଇଟି ପରିବାରର ପ୍ରାୟ ୫ ବଖରା ଘର ପୋଡି ସମ୍ପୁର୍ଣ୍ଣ ପାଉଁଶ ହୋଇଯାଇଛି । ଦୁଇଟି ପରିବାରର ଅନେକ ଆସବାବ ପତ୍ର ସହିତ ୪ ଗୋଟି ଛେଳି ଜୀବନ୍ତ ଦଗ୍ଧ । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ୍ତ କରିଛନ୍ତି । ଘରେ ପଡିଥିବା ପାଉଁଶ ନିଆଁ ରୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । କ୍ଷତିଗ୍ରସ୍ଥ ପରିବାର ନିହାତି ଗରିବ ଶ୍ରେଣୀର ହୋଇଥିବା ବେଳେ କ୍ଷତି ପୂରଣ ଦାବି ହେଉଛି ।
ବହଲପଦର ଗାଁରେ ଅଗ୍ନିକାଣ୍ଡ , ଜଳିଗଲ ୫ବଖରାଘର ସହ ୪ଟି ଛେଳି
ଆଜତକ ଓଡ଼ିଶା
0
Post a Comment