ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରବିବାର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୁରୁଣା କଟକ ସରପଞ୍ଚ ଅଶୋକ ସେଠି,ମାଁ ଭୈରବୀ ସେବା ସଙ୍ଗଠନ, ପୁରୁଣାକଟକ ଭୈରବି ଡ଼ିଗ୍ରୀ ମହାବିଦ୍ୟାଳୟ ୟୁଥ ରେଡ଼କ୍ରସ ଏବଂ କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟିର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପୁରୁଣାକଟକ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଅଶୋକ ସେଠି ଏବଂ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ଼ ଚିନ୍ମୟ ମିଶ୍ର କାର୍ଯ୍ୟକ୍ରମ କୁ ଉଦଘାଟନ କରଥିଲେ । ରେଡ଼କ୍ରସ ଜ଼ୀଲ୍ଲା ସଂଯୋଜକ ସୁରେଶ୍ୱର ଯୋଶୀ ଏବଂ କିଡ୍ନୀ ପ୍ରପୀଡ଼ିତ ନାଗରିକ କମିଟିର ଆବାହକ ବିକାଶ ମହାକୁଡ଼ ଉପସ୍ଥିତ ରହି ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଯୁବ ପିଢ଼ି ବହୁ ଉତ୍ସହ ସହିତ ରକ୍ତଦାନ କରିଥିଲେ!ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ରଶ୍ମିତା ଷଡ଼ଙ୍ଗୀ ଓ଼ ରୁଚି ସେଠି ନାମକ ଦୁଇଜଣ ଛାତ୍ରୀ ବହୁ ଆନନ୍ଦ ସହିତ ସ୍ୱେଚ୍ଛା କୃତ ଭାବରେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିର ମୁଖ୍ୟ ଉଦେଶ୍ୟ ବୌଦ୍ଧ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଓ଼ ଆଗାମୀ ଗ୍ରୀଷ୍ମ ଋତୁରେ ବୌଦ୍ଧ ଜିଲ୍ଲା ରେ ରକ୍ତର ଅଭାବ ରେ କୌଣସି ସାଧାରଣ ନାଗରିକ ଯେମିତି ଅସୁବିଧା ନ ପଡେ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଛି।
ପୁରୁଣାକଟକ ଠାରେ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୫୩ ୟୁନିଟ ରକ୍ତ ସଂଗ୍ରହ
ଆଜତକ ଓଡ଼ିଶା
0
Post a Comment