ମହାସମାରୋହରେ ଦୋଳ ପର୍ବ ପାଳିତ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହିନ୍ଦୁ ସଂସ୍କୃତି, ପରମ୍ପରା ଓ଼ ଧର୍ମ ଅନୁଯାଇ ବାର ମାସ କୁ ତେର ପର୍ବ!ଏହି ତେର ପର୍ବ ରୁ ଫାଲ୍ଗୁନ ମାସ ପୁର୍ଣିମା ରେ ପାଳିତ ହୁଏ ଦୋଳ ଯାତ୍ରା!ଦୋଳ ମଣ୍ଡପ ରେ ବିରାଜିତ ହୁଅନ୍ତି ରାଧା କୃଷ୍ଣ ରଯୁଗଳ ମୂରତି!ବିଭିନ୍ନ ପ୍ରକାର ଅବିର ରେ ଆଗମନ କରାଯାଇ ଭଗବାନ ଙ୍କ ପୂଜା ଅର୍ଚନା ପରେ ଭାଇଚାରାର ସଂପର୍କ ଆଦାନ ପ୍ରଦାନ କରି ରଙ୍ଗ ଅବିର ବାଛ ବିଚାର ଭେଦ ଶୂନ୍ୟ ନେଇ ସାନରୁ ବଡ଼, ଗାଁ ଠୁ ସହର ରଙ୍ଗୀନ ହୋଇଯାଏ!ଏହି ପରମ୍ପରା ସୃଷ୍ଟି ହୋଇଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ ରେ!ଆଜକୁ ରାମଗଡ ପଂଚାୟତ ର ରାମଗଡ ଗ୍ରାମରେ ପରମ୍ପରା ଅନୁଯାଇ ପ୍ରାୟ ୨ସହ ବର୍ଷ ତଳୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ  ଚାଲୁଅଛି ଏହି ଦୋଳ ପୂର୍ଣ୍ଣିମା ଯାତ୍ରା!ଗ୍ରାମର ତଥା ପଂଚାୟତ ସହିତ ସାରା ରାଜ୍ୟରେ ପ୍ରସାରିତ ମା ବୁଢ଼ୀବାଉରୀ, ରାଧା କୃଷ୍ଣ, ମା ଠାକୁରାଣୀ, ବାବା କେଦାରେଶ୍ୱର ଙ୍କ ମହାମିଳନ ଏକ ମନୋରମ ଦୃଶ୍ୟ!ସବୁ ଦେବଦେବୀ ଙ୍କ ମିଳନ ରେ ହୁଏ ଅବିର ଖେଳ!ଜାତି , ଧନୀ ଗରିବ କୁ ପଛରେ ପକାଇ ସମସ୍ତେ ଏକାକାର ହୋଇ ଏହି ଦୋଳ  ଉତ୍ସବ ପାଳନ କରନ୍ତି!

Post a Comment

Previous Post Next Post