ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଅଧ୍ୟାପକ ତଥା ଏନ. ଏସ. ଏସ ପ୍ରୋଗ୍ରାମ ଅଫିସର ରମେଶ ଚନ୍ଦ୍ର ତାରେଣୀଆଙ୍କ ସଭାପତିତ୍ୱରେ ସହିଦ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଭୈରବୀ କନିଷ୍ଠ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହିଦ ଭଗବତ ସିଂ, ରାଜଗୁରୁ ଏବଂ ସହିଦ ଶୁକଦେବଙ୍କ ସ୍ମୃତି ଚାରଣ କରି ସହିଦ ମାନଙ୍କ ନିସ୍ଵାର୍ଥପର ଦେଶ ପ୍ରେମ ଏବଂ ସେମାନଙ୍କ ଉଚ୍ଛର୍ଗୀକୃତ ମନୋଭାବ ଉପରେ ଆଲୋକପାତ କରିଥିଲେ । ଇଂରାଜୀ ବିଭାଗ ଅଧ୍ୟାପକ ଡ଼. ପ୍ରମୋଦ କୁମାର ମହାପାତ୍ର ଏବଂ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ରଂଜିତ କୁମାର ସାମଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଯୋଗ ଦେଇ ଦେଶ ପ୍ରେମରେ ଉଦଭୁଦ ହେବା ପାଇଁ ଶପଥ ନେଇଥିଲେ । ପୂର୍ବ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମନୋଜ ପାଠୀଙ୍କ କରକମଳରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ତାରେଣୀଆ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟରେ ସହିଦ ଦିବସ ପାଳିତ
ଆଜତକ ଓଡ଼ିଶା
0
Post a Comment