ବରଯାତ୍ରି ବଲେରୋ ଓଲଟି ୧୦ଜଣ ଆହତ


ସୁବର୍ଣ୍ଣପୁର(ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ରାମପୁର ମୁଖ୍ୟରାସ୍ତା ରେ ଭାରସାମ୍ୟ ହରାଇ ଏକ ବାଲେରୋ ଦୂରର୍ଘଟଣାଗ୍ରସ୍ତ ହୋଇ ବିଲ ଭିତରେ ଓଲଟି ପଡ଼ିଛି । ଏଥିରେ ଥିବା ୧୦ ଜଣ ଆହତ ହୋଇଛନ୍ତି। ସେମାନେ ବରଗଡ଼ ଜିଲ୍ଲା ବାରମକେଲା ଠାରୁ ସୋନପୁର କୁ ବରଯାତ୍ରୀ ଆସୁଥିବା ସୂଚନା ମିଳିଛି ।ସିଂଘିଯୁବା ଗ୍ରାମର ପାଣିଟାଙ୍କି ପାଖରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ୧୦୮ଯୋଗେ ବିନିକା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣି ଭର୍ତି କରାଯାଇ ଚିକିତ୍ସା ଚାଲିଛି । ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ଅନୁସନ୍ଧାନ ଜାରୀ ରଖିଛି।


Post a Comment

Previous Post Next Post