ହରିବନ୍ଧୁ ମେହେର ମୁରିବାହାଲ ବ୍ଲକ ଅଧ୍ୟକ୍ଷ


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) : କଂଟାବାଞ୍ଜି ନିର୍ବାଚନମଣ୍ଡଳି ମୁରିବାହାଲ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତହେଲେ ବିଜେଡି ସମର୍ଥିତ ଗୋଇମୁଣ୍ଡ ସମିତି ସଭ୍ୟହରିବନ୍ଧୁ ମେହେର । ଶ୍ରୀ ମେହେର ବ୍ଲକ ଅଧ୍ୟକ୍ଷନିର୍ବାଚିତ ହେବା ପରେ ବିଜେଡି ମହଳରେ ଖୁସିରଲହରି ଖେଲିଯାଇଛି । ଜିଲ୍ଲା ସାଧାରଣ ସଂପାଦକ ପିରୋଜ ଖାଁ ଖୁସି ହାଜିର କରି ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇ ଆଗକୁ ମୁରିବାହାଲ ବ୍ଲକରେ କେମିତି ଜନ ସାଧାରଣ ରାଜ୍ୟ ସରକାରଙ୍କ ଆସୁଥିବା ବିଭିନ୍ନ ଯୋଜନାରେ ସାମିଲ କରିବା ସହ ବ୍ଲକ ଅଧ୍ଵନରେ ଆସୁଥିବା ସମସ୍ତ ଗାଁର କେମିତି ଉନ୍ନତି ବା ବିକାଶ ହୋଇପାରିବ ସେନେଇ କାମ କରିବାକୁ କହିଥିଲେ । ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେରଙ୍କୁ ଶୁଭେଚ୍ଛା ଦେବା ସମୟରେ ବିଜେଡିର ସତ୍ୟନାରାୟଣ ରାଏ, ପ୍ରମୋଦ ପାଣିଗ୍ରାହୀ, ସୁବ୍ରତ ମହାକୁଡ,ସମିତି ସଭ୍ୟ ସନ୍ୟାସି ପୁଟେଲ ସହ ଅନ୍ୟ ବିଜେଡିକର୍ମକର୍ତା ଉପସ୍ଥିତ ଥିଲେ । ପୂର୍ବତନ ବିଧାୟକ ଆୟୁବ ଖାଁଙ୍କ ଆର୍ଶିବାଦ ନେଇ ଥିଲେ ବ୍ଲକ ଅଧ୍ୟକ୍ଷ ଶ୍ରୀ ମେହେର।

Post a Comment

Previous Post Next Post