ମୋଦିକେୟାର ଏପିଏଲ ଲିଗ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।


ବାଲେଶ୍ଵର  (ପ୍ରଭାକର ମଲ୍ଲିକ) ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତର ଭାନ୍ଦିପୁର ସ୍ଥିତ କାତଲିକ ପଡିଆରେ ଅମର୍ଦାରୋଡ ବ୍ୟାଡ଼ମିଟନ ଆସୋସିଏସନ ଆନୁକୁଲ୍ୟରେ ଏପି ଏଲ ମୋଦିକେୟାର ପ୍ରିମିୟର ଲିଗ ଟ୍ରୁର୍ନାମେଣ୍ଟ ଆଜି ଉଦଘାଟନ ହୋଇଯାଇଛି। ଏସୋସିଏସନ ସଭାପତି ରାମ ଚନ୍ଦ୍ର ସାହୁଙ୍କ ପୌରାହିତରେ ଅମର୍ଦାରୋଡ ସିଦ୍ଧେଶ୍ୱର ଉଚ୍ଚବିଦ୍ୟାଳୟ ର ଭରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ଦାସ ଟ୍ରୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ।ଉଦ୍ଘାଟନୀ ମ୍ୟାଚରେ କେବିସି ଟାଇଗର ଓ ସଂସ୍କାର ପୂଜା ଇଲେଭେନ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କେବିସି ଟାଇଗର କ୍ଲବ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବା ନିଷ୍ପତି ନେଇଥିଲେ।୧୦ ଓଭର ଖେଳି ୫ ୱକେଟ ହରାଇ ୫୩ ରନ ସଂଗ୍ରହ କରିଥିଲେ।


ଜବାବରେ ସଂସ୍କାର ପୂଜା ଇଲେଭେନ କ୍ଲବ ୫ ଓଭର ୧ ବଲ ଖେଳି ୫୪ ରନ କରି ବିଜୟ ହୋଇଥିଲେ।ସେହିପରି ୨ୟ ମ୍ୟାଚ ଅଷ୍ଟଭୁଜା ଏକାଦଶ ଓ ତପଶ୍ୱନି ଏକ୍ସ ପ୍ରେସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଅଷ୍ଟଭୁଜା ଟିମ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ୧୦ ଓଭର ଖେ ଳୀ ୭ ୱିକେଟ ହରାଇ ୭୦ ରନ ସଂଗ୍ରହ କରିଥିଲେ।ଜବାବରେ ତପସିନି ଏକ୍ସପ୍ରେସ ଟିମ ୮ ଓଭର ଖେଳି ୧ ୱିକେଟ ହରାଇ ୭୧ ରନ କରି ବିଜୟ ହୋଇଥିଲେ। ତୃତୀୟ ମ୍ୟାଚରେ ଅମର୍ଦା ରାଇଜିଙ୍ଗ ଏଲେଭେନ ଏବଂ ମାମା ଏଲେଭେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ମାମା ଏଲେଭେନ୍ ଟାସ ଜିଣି ପ୍ରଥମେ ବୋଲିଙ୍ଗ କରିବା ନିଷ୍ପତି ନେଇଥିଲେ। ଅମର୍ଦା ରାଇଜିଂ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୯ ୱିକେଟ ହରାଇ ୯୮ ରନ ସଂଗ୍ରହ କରିଥିଲେ।ଜବାବରେ ମାମା ଏଲେଭେନ ୧୦ ଓଭର ଖେଳି ୮ ୱାକେଟ ହରାଇ ୫୫ ରନ କରି ପରାସ୍ତ ହୋଇଥିଲେ। ଚତୁର୍ଥ ମ୍ୟାଚରେ ଅଷ୍ଟଭୁଜା ଏକାଦଶ ଓ ସଂସ୍କାର ପୂଜା ଏଲେଭେନ ମଧ୍ୟରେ ହୋଇଥିଲା।ଅଷ୍ଟଭୁଜା ଟସ ଜିଣି ୧୦ ଓଭାର ଖେଳି ୩ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲେ। ଜବାରେ ସଂସ୍କାର ପୂଜା ଏଲେଭେନ ଟିମ ବ୍ୟାଟିଂ କରି ୬ ୱକେଟ ହରାଇ ୧୦୭ ରନ କରି ପରାଜୟ ହୋଇଥିଲେ।ତେବେ ଏହି ଲିଗ୍ ମ୍ୟାଚରେ ୧୫ ଦଳ ଭାଗ ନେଇଥିବା ବେଳେ ସଂସ୍କାର ପୂଜା ଏଲେଭେନ ୨ ଟି ମ୍ୟାଚ ଖେଳି ୨ ପଏଣ୍ଟ ପାଇଥିବା ବେଳେ ଅମର୍ଦାରୋଡ ରାଇଜିଙ୍ଗ ଏଲେଭେନ ୨ ପଏଣ୍ଟ,ଅଷ୍ଟଭୁଜା ଏଲେଭେନ ୨ ପଏଣ୍ଟ,ତପଶ୍ଵନି ଏକ୍ସପ୍ରେସ ଏଲେଭେନ ୨ ପଏଣ୍ଟ ପାଇଛନ୍ତି।ତେବେ ଉକ୍ତ ମ୍ୟାଚ କୁ ରବି ରଣା ଓ ସୁମନ୍ତ ରଣା ପରିଚଳନ କରିଥିଲେ।କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।


ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ଆଜତକ୍ ଓଡ଼ିଶା

Post a Comment

Previous Post Next Post