ଦୀର୍ଘ ଦିନ ହେଲା କେଲଗାଁ ରେ ନଳକୂପ ଅଚଳ, ଲୋକେ ହନ୍ତସନ୍ତ


ବୀରମହାରାଜପୁର,(ଆଜତକ୍ ଓଡ଼ିଶା) ଆଜିକୁ ପ୍ରାୟ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ, ସୁବଳୟା ଗ୍ରାମ ପଞ୍ଚାୟତ ଅଧୀନ ଦୁଇଶହ ରୁ ଉର୍ଦ୍ଧ୍ୱ ପରିବାର ବିଶିଷ୍ଟ କେଲଗାଁ ଗ୍ରାମର ସମସ୍ତେ ନିର୍ଭରଯୋଗ୍ୟ ନଳକୁପଟି ଅଚଳ ହୋଇ ପଡି ରହିଛି । ଏବେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା କାରଣରୁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କୁ ଭେଟିବା ମୁସ୍କିଲ ହୋଇ ପଡ଼ିଛି । ଗ୍ରାମର ସମସ୍ତ ଲୋକ ଏ ନଳକୂପରୁ ପିଇବା ପାଣି ଠାରୁ, ଗାଧୋଇବା ଇତ୍ୟାଦି ସମସ୍ତ କାର୍ଯ୍ୟରେ ଏ ନଳକୂପ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ । ଏବେ ତାହା ଅଚଳ ହୋଇ ପଡି ରହିଥିବାରୁ ଗ୍ରାମର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଗ୍ରାମର ପୁରାତନ ୱାର୍ଡ ମେମ୍ବର, ସରପଞ୍ଚ ଙ୍କୁ କହିବାରୁ ସେମାନେ ଠିକ୍ କରାଯିବ ସମୟ ଲାଗିବ ଏବେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି ଏମିତି ଅନେକ ଆଶ୍ୱାସନା ଦେଇ ଚାଲିଛନ୍ତି । ପାଖରେ ବହି ଯାଉଥିବା ମହାନଦୀ ଏବେ ମରୁଭୂମି ଠାରୁ ଉର୍ଦ୍ଧରେ । ଅଢେଇ କିଲୋମିଟର୍ ଚାଲିଲେ ଆଣ୍ଠୁଏ ପାଣି ଗାଧୋଇବା ପାଇଁ ମିଳୁଛି । ଏତେ ଦୂରରୁ ଛୋଟ ଛୋଟ ପିଲା, ବୃଦ୍ଧ ବୃଦ୍ଧା, ଏ ପ୍ରଚଣ୍ଡ ରୌଦ୍ର ତାପର ତତଲା ବାଲି ଉପରେ ଚାଲି ଚାଲି ଯିବା ଆସିବା କରିବା ଏକପ୍ରକାର ଅଭିଶାପ ପରି ମନେ ହେଉଛି । ତେଣୁ ଗ୍ରାମର ମକୁନ୍ଦ ବାଦି, ରମ୍ଭା କୁମ୍ଭାର, ନରହରି ବାଦି, କ୍ଷୀର ବାଦି, ଅଶେ କୁମ୍ଭାର, ମହରଗୁ ବେହେରା, ନୀଳାଚଳ ବେହେରା , ଦକ୍ଷ ବେହେରା, ଗୋପାଳ କଁଅର୍ ଆଦି ସମସ୍ତେ ନଳକୂପର ତତକ୍ଷଣାତ୍ ମରାମତି କରିବା ପାଇଁ ଦାବି କରିଛନ୍ତି ।

Post a Comment

Previous Post Next Post