କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ସହରର ଅଗ୍ରଣୀ ଜନସେବୀ ସଂଗଠନ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଏବଂ ଅଲ ଓଡିଶା ଚେସ ଆସୋସିଏସନ , ବଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ମାର୍ଚ୍ଚ ୨୫, ୨୬, ୨୭ ତାରିଖ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ଅଲ ଓଡ଼ିଶା ଚେସ ଟୁର୍ନାମେଣ୍ଟ ଆୟୋଜନ କରାଯିବ । ଓଡିଶାର ୩୦ ଟି ଜିଲ୍ଲାରୁ ୨୦୦ ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। କଣ୍ଟାବାଜିର ୪୦ ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ କରିବେ । ଏ ନେଇ ଅଗ୍ରସେନ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏ ପ୍ରତିଯୋଗିତା ମାନସ ଭବନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ହରିଭବନ ଏବଂ ଅଗ୍ରସେନ ଭବନ ରେ ପ୍ରତିଯୋଗୀମାନଙ୍କ ଖଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏହି ପ୍ରତିଯୋଗିତାରେ ମୋଟ ୧ ଲକ୍ଷ ଟଙ୍କା ପୁରସ୍କାର ସମସ୍ତ ବର୍ଗରେ ରଖାଯାଇଛି । ଏଥିପାଇଁ ଅଧିକରୁ ଅଧିକ ପ୍ରତିଯୋଗୀ ଏହି ଅଲ ଓଡିଶା ଚେସ ଆସୋସିଏସନ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ ଗ୍ରହଣ କରିବାକୁ କହିଥିବା ବେଳେ ଏହି ପ୍ରତିଯୋଗିତା ଵଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଥିବା ସୂଚନା ହେଇଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିକାଶ ଶାଖାର ନୂତନ ନିର୍ବାଚିତ ସଭାପତି ଅନୁପ ଜୈନ, ପୂର୍ବତନ ସଭାପତି ମୟଙ୍କ ଜୈନ, ମିଡ଼ିଆ ପ୍ରଭାରୀ ଆଶିଷ ଖେତାନ, କାର୍ଯ୍ୟକ୍ରମ ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, କେଶବ ଅଗ୍ରୱାଲ, ଅମନ ଅଗ୍ରୱାଲ, କମଲ ଅଗ୍ରୱାଲ, ଅଙ୍କିତ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ସଫଳ କରିବା ପାଇଁ ଶାଖାର ସଭାପତି ଅର୍ପଣ ଜୈନ, ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ନାଁ ପଞ୍ଜିକରଣ ବା ସର୍ବଶିଷ ବିବରଣୀ ପାଇଁ ସଭାପତି ଅର୍ପଣ ଜୈନ ମୋବାଇଲ ନମ୍ବର 97772 08356, ମିଡ଼ିଆ ପ୍ରଭାରୀ ଆଶିଷ ଖେତାନ 9937193680 ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
ମାର୍ଚ୍ଚ ୨୫ ରୁ ଅଳ ଓଡ଼ିଶା ଚେସ୍ ପ୍ରତିଯୋଗିତା | ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା ସାମ୍ବାଦିକ ସମ୍ମିଳନୀ
ଆଜତକ ଓଡ଼ିଶା
0
Post a Comment