ଜମିବାଡ଼ି କୁ ନେଇ ଟାଙ୍ଗିଆରେ ମରଣlତ୍ମକ ଆକ୍ରମଣ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଛତରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଖରଭୁଇଁ ଗ୍ରାମର ରହଣିବାଙ୍କ ସାହି  ଠାରେ ଜଣେ ବ୍ୟକ୍ତି ଙ୍କୁ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।ସୂଚନା ମତେ ଗୁରୁବାର ସଂଘ୍ୟା ୬.୩୦ ସମୟରେ ବିଷ୍ଣୁଚରଣ ରଣା ନିଜ ବଗିଚାରେ କାମ କରୁଥିଲେ ଏହି ସମୟରେ ଭାଳିଆଗୁଡ଼ା ର ଟୁକୁନା ଦୀପ ପୂର୍ବ ଜମିବାଡ଼ି ଶତ୍ରୁତାରୁ ବିଷ୍ଣୁଚରଣ ରଣାଙ୍କୁ ଏକ ଟାଙ୍ଗିଆରେ ଗୋଡ଼, ପିଠି ରେ ବାରମ୍ବାର ଆକ୍ରମଣ କରିବାରୁ ନିଜର ଜୀବନ ବଞ୍ଚାଇବା ପାଇଁ ପାଟି କରିବାରୁ ଟୁକୁନା ଦୀପ ସେଠାରୁ  ଫେରାର ହୋଇଯାଇଛି ।ବିଷ୍ଣୁଚରଣ ରଣା ପାଟି ଶୁଣି  ଆଖ ପାଖରେ ଥିବା କିଛି ବ୍ୟକ୍ତି ସେଠାକୁ ଆସି ଗୁରୁତର ଅବସ୍ଥାରେ ବିଷ୍ଣୁଚରଣ ରଣାଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ ।ଘଟଣା ସ୍ଥଳରେ ହରଭଙ୍ଗା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Post a Comment

Previous Post Next Post