ସାଉଡି ଗ୍ରାମ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ


ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଞ୍ଚାୟତ ରେ ଗ୍ରାମସଭା ଅନୁଷ୍ଠିତ ହୋଇଛି । DRDA ଷ୍ଟାଫ,VRP ବ୍ଲକ ଷ୍ଟାଫ, SAUDI ଗ୍ରାମ ପଞ୍ଚାୟତ ସରପଞ୍ଚ, ସମସ୍ତ ୱାର୍ଡ ମେମ୍ବର ଓ ପଞ୍ଚାୟତ ବାସୀ ଙ୍କ ଉପସ୍ଥିତିରେ ଗ୍ରାମସଭା ହେଇଯାଇଛି । ସାଉଡି ପଞ୍ଚାୟତ ରେ ପାଞ୍ଚବର୍ଷ ମଧ୍ୟରେ ବହୁତ ଅନିଅମିତତା ହେଇଥିବା ର ଅଭିଯୋଗ ଥିଲା ଏହା ଆର୍ଥିକ ବର୍ଷ ର ଶେଷ ମାସ ମାର୍ଚ୍ଚମାସ ହୋଇଥିବାରୁ ଅଡିଟ ପାଇଁ ବାଲେଶ୍ୱର D R D A ଷ୍ଟାଫ ଙ୍କ ସହିତ ବ୍ଲକ ଷ୍ଟାଫ ମଧ୍ୟ ପ୍ରତେକ ପ୍ରଜେକଟ ଠିକ ଭାବରେ କାମ ହେଇଛି କି ନାଁ ତାହା ଅନୁଧ୍ୟାନ କରିବା ପାଇଁ ପ୍ରତେକ ଗ୍ରାମକୁ ଯାଇଥିଲେ । ପଞ୍ଚାୟତ ବାସୀଙ୍କ ଅଭିଯୋଗ ଥିଲା ବିତି ଯାଇଥିବା ପାଞ୍ଚବର୍ଷ ରେ ପଞ୍ଚାୟତ କୁ ବିଭିନ୍ନ କାମ ପାଇଁ ଆସିଥବା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ ଆତ୍ମସାତ କରିଛନ୍ତି । 

Post a Comment

Previous Post Next Post