ପ୍ରସ୍ତାବିତ ନୂତନ ରେଳ ଯୋଗାଯୋଗ ,ସମ୍ବଲପୁର- ଗୋପାଳପୁର, ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବାପାଇଁ ଦାବୀ


ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକମଞ୍ଚ,ସୁବର୍ଣ୍ଣପୁରର କର୍ମକର୍ତ୍ତା ତଥା ସଭାପତି  ସିତାଂଶୁ ଶେଖର ମିଶ୍ର ଓ ସମ୍ପାଦକ ଗୁଣନିଧି ମେହେରଙ୍କ ନେତୃତ୍ୱରେମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ଥାନିୟ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର  ପ୍ରଦାନ କରିଛନ୍ତି।ଜିଲ୍ଲାର ବିକାଶ ସକାଶେ  ଯୋଗାଯୋଗ ହେଉଛି ମୁଖ୍ୟ । ସ୍ୱାଧୀନତାର ଦିର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ହୋଇନାହିଁ।ବିଶେଷ କରି ରେଳପଥ ଆଜି ପର୍ଯ୍ୟନ୍ତ ସ୍ୱପ୍ନ ହୋଇ ରହିଛି। ଯାହାଫଳରେ ଜିଲ୍ଲାରେ ଉଦ୍ୟୋଗ ସକାଶେ ସମ୍ଭାବନା ରହିଛି ହେଲେ ପୁଞ୍ଜିନିବେଶ ହୋଇପାରୁନାହିଁ।ଫଳରେ ଜିଲ୍ଲା ପଛୁଆ ହୋଇରହିଯାଉଅଛି।


ସେଥିପାଇଁ ପ୍ରସ୍ତାବିତ ନୂତନ ରେଳପଥ ସମ୍ବଲପୁର ଗୋପାଳପୁର ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯିବା ପାଇଁ ଏକ ଦୃଢ ଦାବି ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ପାଖରେ ରଖାଯାଇଥିଲା। ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଦାବିପତ୍ରଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଦେବେ ବୋଲି କହିଥିଲେ । ଏହା ସହ ଜିଲ୍ଲାରେ ଆରମ୍ଭ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ବିଷୟରେ  ମଧ୍ୟଆଲୋଚନା କରାଯାଇଥିଲା ।ଖୋର୍ଦ୍ଧା ବଲାଙ୍ଗିର ରେଳପଥ, ଫୋରୱେ ରାସ୍ତା, ରିଙ୍ଗରୋଡ଼ ଓ ଅଙ୍ଗସମ୍ପ୍ରସାରଣ କାର୍ଯ୍ୟ ଦୀର୍ଘବର୍ଷ ହେଲା ସରିପାରୁନଥିବା ବେଳେ ସେହି ବିଷୟରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କର୍ମକର୍ତ୍ତା ମାନେ ଜୋର୍ ଦେଇଥିଲେ। ଏତତ୍ ବ୍ୟତିତ ଆହୁରିମଧ୍ୟ ପୁରୁଣା ସ୍ମୃତି ବହନ କରୁଥିବା ସ୍ଥାନ ସବୁର ସୁରକ୍ଷା ବିଷୟରେ କିଛି ଆଲୋଚନା ହୋଇଥିବାବେଳେ ସ୍ଥାନିୟ ନିମୁହିଁ ମନ୍ଦିର ବିଷୟରେ କିଛି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଦସ୍ୟ ମାନେ ଦାବି ରଖିଥିଲେ। ଜିଲ୍ଲା ପାଳ ଏସବୁ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ। ରିଙ୍ଗରୋଡ଼ କାର୍ଯ୍ୟ ଶୀଘ୍ର ସରିବା ନେଇ ଆଲୋଚନା ସମୟରେ କହିଥିଲେ।
ଜିଲ୍ଲା ପ୍ରଶାସନର  ଆସିବା ପରେ କିଛି ଜନହିତକର କାର୍ଯ୍ୟସକାଶେ ଜିଲ୍ଲା ପ୍ରଶାସନକୁ ସଂଘର କର୍ମକର୍ତ୍ତା ମାନେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ବିନୋଦ ପାତ୍ର,  ପୂର୍ବତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ଜିଲ୍ଲା ନଗର ବିଜୁ ଜନତା ଦଳର ସଭାପତି ଜନ୍ମେଜୟ ପାତ୍ର,ବଳଦେବ ପ୍ରସାଦବେଦବାକ୍ ,ପ୍ରଦୀପ ପୁରୋହିତ, ବାଙ୍କନିଧି ରାୟଗୁରୁ, ଭିକାରୀ ପୃଷ୍ଟି,ଧିରେନ୍ଦ୍ର କୁମାର ପଟ୍ଟନାୟକ, ନବଘନ ଷାଣ୍ଢ,ବିନୋଦ ମେହେର,ଆଶାରାମ ନାୟକ,ସଚିତାନନ୍ଦ ଦାସ, ବ୍ୟାସଦେବ ମିଶ୍ର ,ପଞ୍ଚାନନ ବାରିକ ପ୍ରମୁଖ ଉପସ୍ଥିତ ରହି ଥିଲେ।

Post a Comment

Previous Post Next Post