" ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ " ବିଶ୍ବ ସମୁଦାୟକୁ ଏକ ବାର୍ତା ଦେଇ ତିବ୍ର ନିନ୍ଦା କରିଛି ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଂଚ


ସୁବର୍ଣ୍ଣପୁର (ଗଣପତିବାଘ) ଗତ କିଛିଦିନ ହେଲା ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ବିରୋଧକରି ଯୁଦ୍ଧ ନୁହେଁ ଅମେଶାନ୍ତି ଚାହୁଁ ବୋଲି ବିଶ୍ବ ସମୁଦାୟକୁ ଏକ ବାର୍ତା ଦେଇ ତିବ୍ର ନିନ୍ଦା କରିଛି ସୁବର୍ଣ୍ଣପୁର ଜିଲ୍ଲା ବସ୍ତି ବାସିନ୍ଦା ସୁରକ୍ଷା ମଂଚ । ଏନେଇ ସୁବର୍ଣ୍ଣପୁର ପଂଚରଥ ମନ୍ଦିର ଆଗରେ ଏକ ପ୍ରତିବାଦ ମଂଚ ପକ୍ଷରୁ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ ୟୁନିୟନ ସମନ୍ବୟ ସମିତି ଓ ବସ୍ତି ବାସିନ୍ଦା ସୁରକ୍ଷା ମଂଚ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଯୁଦ୍ଧ ବନ୍ଦ କରି ଶାନ୍ତି ଫେରାଇ ଆଣିବାକୁ ଦାବି ରଖିଛି । ଯୁଦ୍ଧ ହେବା ଫଳରେ ନିରିହ ଜନତା ପ୍ରାଣ ହରାଉଥିବାବେଳେ ଅନେକ ଧନ ଜୀବନ ନଷ୍ଟ ହେଉଥିବାରୁ ବିଶ୍ବ ସମୁଦାୟ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ମଂଚ । ତା ସହ ଭାରତର ଅନେକ ଛାତ୍ରଛାତ୍ରୀ ୟୁକ୍ରେନ ରହିଯାଇଥିବାବେଳେ କେନ୍ଦ୍ର ସରକାର ମଧ୍ୟ ଏଥିରେ ହସ୍ତକ୍ଷେପ କରିବାକୁ ଦାବି କରିଛି ମଂଚ ।

Post a Comment

Previous Post Next Post