ଗ୍ରୀଷ୍ମ ଲହରୀର ମୁକାବିଲା କରିବା ପାଇଁ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କର ତାଲିମ ଶିବିର ଅନୁଷ୍ଠିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗ୍ରୀଷ୍ମ ଲହରୀର ମୁକାବିଲା ଶୀର୍ଷକ ଏକ ତାଲିମ ଶିବିର ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ବୌଦ୍ଧ, ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିଷ୍ଟାଣ୍ଟ କଲେକ୍ଟର ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ତଥା ସ୍ଵେଚ୍ଛାସେବୀ ଅନୁଷ୍ଠାନ ମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳଙ୍କ ସ୍ଵାଗତ ଭାଷଣ ପରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏଥିରେ ସାଧନ କର୍ମୀ ଭାବରେ ଜିଲ୍ଲା ଜରୁରୀ କାଳିନ ଅଧିକାରୀ, ତହସିଲଦାର, ବୌଦ୍ଧ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ, ବ୍ଲକ ଶିକ୍ଷା ଅଧିକାରୀ, ହରଭଙ୍ଗା, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଓ.ଏସ.ଡି.ଏମ.ଏ.) ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଶ୍ରୀ ଅବନୀକାନ୍ତ ସାହୁ ପାଣିପାଗ ପରିବର୍ତ୍ତନ, ଗ୍ରୀଷ୍ମ ଲହରୀ ଉପରେ ଆଲୋଚନା କରିଥିଲେ । ଶ୍ରୀ ଅବିନାଶ ପାଣ୍ଡିଆ, ତହସିଲଦାର, ବୌଦ୍ଧ ପ୍ରକୃତ ଭାବରେ ଅଧିକ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ ପ୍ରକ୍ରିୟା ଉପରେ ଆଲୋକପାତ କରିଥିଲେ । ଶ୍ରୀ ପ୍ରଦୋଷ ମହାପାତ୍ର, ଜନ ସ୍ୱାସ୍ଥ୍ୟ ଅଧିକାରୀ, ବୌଦ୍ଧ ଗ୍ରୀଷ୍ମ ଲହରୀର ଲକ୍ଷଣ ଓ ଚିକିତ୍ସା ଉପରେ ବିଷଦ ଆଲୋଚନା କରିଥିଲେ । ଶ୍ରୀ ଦେବରାଜ ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରୀଷ୍ମ ଲହରୀ ସମୟରେ ପାଠପଢାର ସମୟ ନିର୍ଘଣ୍ଟ ତଥା ଶିକ୍ଷା ଅନୁଷ୍ଠାନର ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ସୁବିଧା ସୁଯୋଗ ବିଷୟରେ ଆଲୋଚନା ଜାରି ରଖିଥିଲେ । ଶ୍ରୀ ଅଶୋକ କୁମାର ରଥ (ଡି.ପି.ଓ.) ସମସ୍ତ ଅଧିକାରୀ ମାନଙ୍କର ଦାୟିତ୍ଵ ଓ କାର୍ଯ୍ୟସୂଚୀ ଉପରେ ଆଲୋଚନା କରିଥିଲେ । ସମସ୍ତ ଜିଲ୍ଲା ଅଧିକାରୀ ମାନେ ପ୍ରତ୍ୟକ୍ଷ ଭାବରେ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କର ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ବୌଦ୍ଧରେ ଗ୍ରୀଷ୍ମ ଲହରୀକୁ ସଠିକ ଭାବରେ ମୁକାବିଲା କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲା

Post a Comment

Previous Post Next Post