ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ


ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ପୁରୁଣାକଟକ ଭୈରବୀ କନିଷ୍ଠ ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ୨୦୨୨ ପାଳିତ ହୋଇଯାଇଛି. ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ମନୋଜ କୁମାର ପାଠୀଙ୍କ ସଭାପତିତ୍ୱରେ ଭୈରବୀ ଡ଼ିଗ୍ରୀ ମହାବିଦ୍ୟାଳୟର ଅଧକ୍ଷ ଡ଼. ପୁର୍ଣନ୍ଦୁ ତ୍ରିପାଠୀ ଯୋଗ ଦେଇଥିଲାବେଳେ ସମ୍ମାନିତ ଅତିଥି ଭାବରେ ହରଭଙ୍ଗା ପଂଚାୟତ ମହାବିଦ୍ୟାଳୟର ଅଧକ୍ଷ ପ୍ରିୟନାଥ ଶର୍ମା ଏବଂ ବୌଦ୍ଧ ଓମେନ୍ସ ମହାବିଦ୍ୟାଳୟର ଅଧକ୍ଷ ରବୀନ୍ଦ୍ରନାଥ ଗୁରୁ ଯୋଗ ଦେଇଥିଲେ. ବାଉଁସୁଣୀ କଲେଜ ଅଧକ୍ଷ ମାନଭଞ୍ଜନ ତ୍ରିପାଠୀ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଉଚିତ ଶିକ୍ଷା ଲାଭର ମାର୍ଗ ଦର୍ଶନ କରିଥିଲେ. ଚଳିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କ୍ରୀଡ଼ାବିତ ମାନଙ୍କୁ ମାନପତ୍ର ସହିତ ଟ୍ରଫି, ବାଳକ ବାଳିକା ବିଭାଗର ଚମ୍ପିଆନ ଟ୍ରଫି ସାଙ୍ଗକୁ ବିଗତ ବର୍ଷ ସି ଏଚ ଏସ ଇ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା.ପି ଇ ଟି ରଞ୍ଜନ କୁମାର ପାଣିଗ୍ରାହୀ ଅତିଥି ପରିଚୟ ଦେଇଥିବା ବେଳେ ଇତିହାସ ବିଭାଗ ଅଧ୍ୟାପକ ସଦାଶିବ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ.ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧକ୍ଷ ମନୋଜ କୁମାର ପାଠୀ, ଛାତ୍ରୀ ସୋନାଲି,ସୁଶ୍ରୀ ସଂଗୀତା ଏବଂ ଛାତ୍ର ସପନ ପୃଷ୍ଟି. କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ.ଉତ୍ସବରେ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା

Post a Comment

Previous Post Next Post