ବାଲେଶ୍ୱର,(ପ୍ରଭାକର ମଲ୍ଲିକ) ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ କଷାଫଳ ସାରଙ୍ଗ ଶ୍ରୀକ୍ଷେତ୍ର ବେଳାଭୂମି ରେ ଆଜି ବାରୁଣୀ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଉଛି । ଏହି ସ୍ନାନ ଯାତ୍ରାରେ ପ୍ରାୟତଃ ଲକ୍ଷାଧିକ ଭକ୍ତ ଆସି ସାଗରରେ ବୁଡ଼ ପକାଇଛନ୍ତି । ଟାଣ ଖରା ସହିତ ବିଶାଳ ଜନ ସମୁଦ୍ର ରେ ସାଧାରଣ ଭକ୍ତ ବହୁ କଷ୍ଟ ଅନୁଭବ କରୁଥିଲେ ବି ନିଜ ପର୍ବ ପର୍ବାଣୀ କୁ ଆନନ୍ଦରେ ସହକାରେ ପାଳନ କରୁଥୁବାରୁ ବହୁ ଭକ୍ତ ଖୁସି ମଧ୍ୟ ଥିଲେ। ଭକ୍ତ ମାନଙ୍କୁ ଟାଣ ଖରାରୁ ଉପଶମ ଦେବା ପାଇଁ ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁ ମୋ ପରିବାର, ବାଲିଆପାଳ ଶାଖା ତରଫରୁ ଏହି ବେଳାଭୂମି ରେ ଦହି ସର୍ବତ, ଜଳ ଜିରା ପାଣି ଓ ପାଣି ର ବ୍ୟବସ୍ଥା ମାଗଣାରେ କରାଯାଇଥିଲା । କଷାଫଳ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ତଥା ସମାଜ ସେବୀ ମୁକୁନ୍ଦ ଆଦିକ ଏବଂ ମେ ଆଇ ହେଲ୍ପ ୟୁ ମୋ ପରିବାର, ବାଲିଆପାଳ ଶାଖାର କାର୍ଯ୍ୟନିର୍ବାହୀ ସଭାପତି ରାଜକିଶୋର ପାତ୍ରଙ୍କ ତତ୍ୱାବଧାନରେ ଜଳ ଛତ୍ର ଷ୍ଟଲ ଖୋଲାଯାଇ ଭକ୍ତ ମାନଙ୍କୁ ପାନୀୟ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଗଠନ ର ଉପସଭାପତି ଆଶିଷ ପଣ୍ଡା, କୋଷାଧକ୍ଷ ଜୟନ୍ତ ହଟେଇ, ସଦସ୍ୟ ମିଥୁନ, ନନ୍ଦକିଶୋର, ଅରୁପ, ଜ୍ୟୋତିରଞ୍ଜନ, ରାଜେନ୍ଦ୍ର ପ୍ରମୁଖ ସହଯୋଗ କରିଥିଲେ । ସଂଗଠନ କର୍ମକର୍ତ୍ତା ଙ୍କ ଏପରି ନିସ୍ଵାର୍ଥପର ସେବା କାର୍ଯ୍ୟ କୁ ବହୁ ଭକ୍ତ ଏବଂ ସ୍ଥାନୀୟ ଜନସାଧାରଣ ପ୍ରସଂଶା ମଧ୍ୟ କରିଛନ୍ତି ।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment