ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇଲିସି ସେବା ଯୋଗାଇ ପାଇଁ କିଡ଼ିନୀରୋଗୀମାନଙ୍କୁ ଧରି ଅଭିନବ ଉପାୟରେ ଆନ୍ଦୋଳନକୁ ଓହ୍ଲାଇଲେ ସ୍ବେଚ୍ଛାସେବୀ ଅନୁଷ୍ଠାନ ।ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ ସଭାପତି ବଳଦେବ ବେଦବାକଙ୍କ ନେତୃତ୍ବରେ ସ୍ବେଚ୍ଛାସେବୀମାନେ କିଡନୀ ରୋଗୀ ମାନଙ୍କୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ରେଥିବା ଜିଲ୍ଲାୁମୁଖ୍ୟଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟବାଡେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାରେ ହଜାର ହଜାର କିଡନୀ ରୋଗୀ ଥିବା ବେଳେ ଶହ ଶହ ଲୋକଙ୍କ ପ୍ରତିଦିନ ଡାଇଲିସିସ୍ ର ଆବଶ୍ୟକତା ରହିଛି ।ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସେବା ଯୋଗାଇବା ପାଇଁ ଭିତ୍ତିଭୂମୀର ବିକାଶ କରି ଆବଶ୍ୟକୀୟ ଉପକରଣ ରଖାଯାଇ ଡାକ୍ତରମାନଙ୍କୁ ତାଲିମ ମଧ୍ୟ ଦେଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଡାଇଲିସିସ ମେସିନ ଥିବା ବେଳେ ତାଲିମପ୍ରାପ୍ତ ଡାକ୍ତର ମଧ୍ୟ ଅଛନ୍ତି ।ତେବେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଡାଇଲିସିସ ସେବା ଆରମ୍ଭ ହୋଇପାରି ନାହିଁ। ସ୍ଥାନୀୟ ଲୋକ ତଥା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ହେଁ ଏହାର ସମାଧାନ ନ ହେବାରୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିବର୍ତ୍ତନ ପକ୍ଷରୁ କିଡିନୀ ରୋଗୀମାନଙ୍କୁ ଧରି ଆନ୍ଦୋଳନ କରାଯାଇଛି । ଯେ ପର୍ଯ୍ୟନ୍ତ ଡାଇଲିସିସ ସେବା ଆରମ୍ଭ ନ ହେବ ଆନ୍ଦୋନର ଜାରୀ ରହିବ ବୋଲି ଚେତାବନୀ ଦେଇଛନ୍ତି ସ୍ବଚ୍ଛାସେବୀମାନେ । ଅପରପକ୍ଷରେ ଆସନ୍ତା ୮ତାରିଖ ସୁଦ୍ଧା ଡାଇଲିସିସ ସେବା ଆରମ୍ଭ କରାଯିବା ନେଇ ସିଡିଏମଓଙ୍କ ଲିଖିତ ପ୍ରତିଶୃତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।
ଡାଇଲେସିସ ସେବା ଯୋଗାଇ ଦେବା ଦାବିରେ ଜିଳ୍ଲାମୁଖ୍ୟ ଚିକିତ୍ସାଧିକାରୀ ଙ୍କ କାର୍ଯ୍ୟାଳୟ ଘେରାଓ
ଆଜତକ ଓଡ଼ିଶା
0
Tags
ହାଇଲାଇଟ୍ ସମ୍ବାଦ
Post a Comment