ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ବିଳନୀ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବିଳନୀ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଜୟ କୁମାର ଦାସ ସ୍ୱାଗତ ଭାଷଣ ପ୍ରଦାନ କରି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଆଶା କର୍ମୀ ଙ୍କ ଭୂମିକା କୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ଦୁର୍ଗମ ଅଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା, କୋଭିଡ ମହାମାରୀର ମୁକାବିଲା କରିବା କ୍ଷେତ୍ରରେ ଆଶା କର୍ମୀ ଙ୍କ ଅବଦାନ ଉଲ୍ଲେଖନୀୟ ବୋଲି ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ନିମନ୍ତେ ଶ୍ରେଷ୍ଠ ଆଶା ଭାବେ ବୌଦ୍ଧ ବ୍ଲକ ର ଚନ୍ଦ୍ରମା ମେହେର, ହରଭଙ୍ଗା ବ୍ଲକ ର ନିଶାବତୀ ଦେହୁରୀ, କଣ୍ଟାମାଳ ବ୍ଲକ ର ରୀତା ପ୍ରଧାନ ଙ୍କୁ, ସୁସ୍ଥ ଗାଁ ଭାବରେ ବୌଦ୍ଧ ବ୍ଲକ ର ଗୋଛାପଡା, ହରଭଙ୍ଗା ବ୍ଲକ ର କୃଷ୍ଣପାଲି ଓ କଣ୍ଟାମାଳ ବ୍ଲକ ର ଶିଆଲିଝୁଲି, ଓ ସୁସ୍ଥ ପଞ୍ଚାୟତ ଭାବରେ ଯଥାକ୍ରମେ ଶଗଡା, ବନ୍ଧାପଥର, ଓ ଯୋଗେନ୍ଦ୍ରପୁର ପଞ୍ଚାୟତ କୁ ପୁରସ୍କାର ଅର୍ଥ ରାଶି ଭାବେ ଦଶ ହଜାର ଟଙ୍କାର ଚେକ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠିର ସହ ଭାଗିତା ବାର୍ତ୍ତା କୁ ନେଇ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ଏହି ସମ୍ବିଳନୀ ରେ ଜିଲ୍ଲାର ପ୍ରାୟ ତିନି ଶହ ରୁ ଉର୍ଦ୍ଧ୍ୱ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏ ଏନ ଏମ, ପଂଚାୟତିରାଜ ଲୋକପ୍ରତିନିଧି ତଥା ବହୁ ସରକାରୀ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ । ପରେ ପରେ ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥି ସହିତ ଜିଲ୍ଲାରେ ଯକ୍ଷ୍ମlନିୟନ୍ତ୍ରଣରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଶା କର୍ମୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଦୋଷ କୁମାର ମହାପାତ୍ର, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡାକ୍ତର ଭଞ୍ଜ କିଶୋର ରାମଚନ୍ଦ୍ର ଦେଓ ହେମ୍ବ୍ରମ, ମୁଖ୍ୟ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଲକ୍ଷପତି ଭୋଇ, ଡିପିଏମ ରୂପକ ମହାପାତ୍ରଓ ସ୍ୱାସ୍ଥ୍ୟ ବିଭାଗ ର ଅନାନ୍ୟା ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଗିରିଜା ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଆଶା ମ୍ୟାନେଜର ପ୍ରଫୁଲ୍ଲ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
ବୌଦ୍ଧରେ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ବିଳନୀ ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment