ବାଲେଶ୍ଵର,(ପ୍ରଭାକର ମଲ୍ଲିକ)ବାଲେଶ୍ଵର ଜିଲ୍ଲା,ବସ୍ତା ବ୍ଲକର ଅମର୍ଦାରୋଡ ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବା ବେଳେ ଏଠାରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ସହିତ ଷ୍ଟେସନ ଓ ବିଭିନ୍ନ ସରକାରୀ,ବେସରକାରୀ କାର୍ଯ୍ୟାଳୟଥିବାରୁ ଦୈନିକ ହଜାର ହଜାର ଲୋକ,ଯାନବାହାନ ଓ ଛାତ୍ର ଛାତ୍ରୀ ମାନେ ଯାତାୟତ ଲାଗି ରହିଥାଏ।ତେବେ ଦୀର୍ଘଦିନ ଧରି ଷ୍ଟେସନ ଠାରୁ ଗେଟ ବଜାର ସ୍ଥିତ ରେଳବାଇ ଫାଟକ ପ୍ରଯ୍ୟନ୍ତ ରାସ୍ତା ମରାମତି ଅଭାବରୁ ବଡ ବଡ ଖଲଖାମା ରେ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ରେଳ ବିଭାଗ ଅଧିନରେ ଥିବା ରାସ୍ତାର ଅବସ୍ଥା ସ୍ବଚକ୍ଷୁରେ ନଦେଖିଲେ ଦୃଦୟଙ୍ଗମ କରିହେବ ନାହିଁ।ଏହି ରାସ୍ତା କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଅଧିନରେ ଥିବାରୁ ଏହାର ମରାମତି ଓ ରକ୍ଷଣବେକ୍ଷଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଜନସାଧାରଣ ସୁବିଧା ଦୃଷ୍ଟି ଦେଇ ରାସ୍ତା ମରାମତି ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ପକ୍ଷରୁ ଦାବି ହେଉଛି।ଉକ୍ତ ରାସ୍ତା ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଶୋଚନୀୟ ଦିଗକୁ ଗତିକରୁଥିବା ବେଳେ ଜନସାଧାରଣଙ୍କ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି। ଯଦ୍ଦ୍ୱାରା ଜନ ଆସନ୍ତୋଷ ଜଣ ଅସନ୍ତୋଷ ବୃଦ୍ଧି ପାଉଛି। ରାସ୍ତାଘାଟର ଦୂରାବସ୍ଥା ନେଇ ସ୍ଥାନୀୟ ନେତା,ବିଭାଗୀୟ ଅଧିକାରୀ ଓ ବାଲେଶ୍ଵର ସାଂସଦଙ୍କ ଦୃଷ୍ଟି ନପଡ଼ିବା ଦୁଃଖ ଓ ପରିତାପର ବିଷୟ।ଅଞ୍ଚଳର ରାସ୍ତାଘାଟ ଦୁରାବସ୍ଥାର ଦିଗରେ ଦୃଷ୍ଟି ଦିଆନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରକାଶ ।
ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment