ସବୁ ସମୟରେ କଣ୍ଟାବାଞ୍ଜି ରେଲୱେ କ୍ଷେତ୍ରରେ ଉପେକ୍ଷିତ!

 ରେଲମନ୍ତ୍ରୀଙ୍କ କଲାହାଣ୍ଡି ପ୍ରିତି, ବଲାଙ୍ଗିରକୁ ଅଣଦେଖା


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): ବଲାଙ୍ଗୀର ଜିଲ୍ଲା ଗରିବ ଦଳିତ ବହୁଳ ଏବଂ ଶିଲ୍ପ ବିହୀନ ଜିଲ୍ଲା ହୋଇ ଥିବାରୁ ଏହି ଜିଲ୍ଲାରୁ ଲକ୍ଷ ଲକ୍ଷ ଲୋକ ପ୍ରତିବର୍ଷ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥାନ୍ତି । ଜିଲ୍ଲାର କଣ୍ଟାବାଞ୍ଜି ଅଂଚଳକୁ ଦାଦନ ରାଜଧାନୀ ମଧ୍ୟ ଲୋକେ କହିଥାନ୍ତି । କଣ୍ଟାବାଞ୍ଜି ସହର ରେ ବ୍ରିଟିଶ ଅମଳରୁ ଏକର ଏକର ରେଲୱେ ର ଜମି ରହିଛି । ହେଲେ ବର୍ତମାନ ସମୟରେ ଏହି ଜମି ଖତ ଖାଉଛି । ୧୯୩୬ ମସିହାରୁ ଏହି ଅଂଚଳ ରୁ ଲୋକ ରେଳସେବା ପାଇଁ ଆସିଥାଏ । କିନ୍ତୁ ଏଠାରେ ଥିବା ରେଳ ବିଭାଗ କୃତପକ୍ଷ ଖାଲି ପଡି ରହିଥିବା ୭୫୦ ଏକର ଼ ଜମି ପାଇଁ ବହୁ ସରକାର ଯୋଜନା କରିଛନ୍ତି । ଜମି ଚିହ୍ନିତ ମଧ୍ୟ ହୋଇଛି , ରେଳ ବଜେଟ ରେ କଣ୍ଟାବାଞ୍ଜିର ରେଲୱେ ଜମିରେ ବିଭିନ୍ନ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମଧ୍ୟ ଆଜି ଯାଏ ଇଟା ଟିଏ ମଧ୍ୟ ପଡି ନାହିଁ, ଯାହା ଦ୍ୱାରା ଏହି ଅଂଚଳର କୌଣସି ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ । ରେଲ ବଜେଟ ୨୦୧୦ ଅନୁଯାୟୀ କଣ୍ଟାବାଞ୍ଜି ରେ ୫୦ ଏକର ଜମିରେ ରେଲଡ଼ବା ନିର୍ମାଣ କାରଖାନା, ୩୨ ଏକର ଜମିରେ ଲଜିଷ୍ଟିକ ଟରମିନାଲ, ୫ ଏକର ଜମିରେ ଜେନେରାଲ ସ୍ପେସାଲିଟି ହସପିଟାଲ, ୨୦ ଏକର ଜମିରେ ମଲ୍ଟି ସ୍ପେସାଲିଟି ହସପିଟାଲ, ୨ ଏକର ଜମିରେ କମ୍ୟୂନିଟି ହଲ, ୨୦୦ ମିଟରରେ ଓପିଡି ଏବଂ ଡାଇଗୋନଷ୍ଟିକ ସେଣ୍ଟର ପାଇଁ ଜମି ଚିହ୍ନଟ କରାଯାଇଥିଲା । ସେହିପରି ୨୦୧୭ ମସିହାରେ ବିଦ୍ୟୁତ ଲୋକୋ ସେଡ୍ ପାଇଁ ୩୩୦.୭୩ କୋଟି ଏବଂ ମେମୋ ରେକ ମରାମତି ୱାକ୍ସଅପ୍ ୧୯୫.୨୩ କୋଟିର ପ୍ରସ୍ତାବ ପ୍ରକଲ୍ପ ପାଇଁ ରେଲୱେ ମନ୍ତ୍ରାଳୟକୁ ପଠାଯାଇଥିଲା । ହେଲେ କୌଣସି ପ୍ରକଳ୍ପକୁ ଅନୁମୋଦନ ମିଳିଲା ନାହିଁ । ୨୦୧୮ ମସିହାରେ ଏହି ସବୁ ପ୍ରକଲ୍ପ ରେଳୱେ ବୋର୍ଡର ପିଙ୍କ ବୁକ୍‌ରେ ଲିପିବଦ୍ଧ ହୋଇଥିଲା । ହେଲେ ଆଜିଯାଏ କୌଣସି କାମ ଆଗକୁ ବଢିନାହିଁ । ବର୍ତମାନ ସମୟରେ ବଲାଙ୍ଗିର ସାଂସଦ ସଂଗିତା ସିଂ ଦେଓ ଅଛନ୍ତି । ବଲାଙ୍ଗିର ସାଂସଦ ଭାବେ ସେ ଚତୁର୍ଥ ଥର ପାଇଁ ସାଂସଦ ହୋଇଥିବା ବେଳେ ଆଜିଯାଏ କୌଣସି ଆଖିଦୃଶିଆ ପ୍ରକଲ୍ପ ଆରମ୍ଭ କରିବାକୁ ସଫଳ ହୋଇନାହାନ୍ତି । କେନ୍ଦ୍ରରେ ବିଜେପି ସରକାର ଥିବା ବେଳେ ସାଂସଦ ମଧ୍ୟ ବିଜେପି ଦଳରୁ ରହିଥିବା ବେଳେ ସେ କେନ୍ଦ୍ରରେ ନିଜ ଅଂଚଳର ସମସ୍ୟା ସମାଧାନ କରିବା କିମ୍ବା ବଲାଙ୍ଗିରରେ କୌଣସି ପ୍ରକଲ୍ପ ଭେଟି ଦେଇନାହାନ୍ତି । ଗତ ୨୦୨୧ ଅଗଷ୍ଟ ୨୨ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନି ବୈଷ୍ଣବ କଂଟାବାଞ୍ଜି ଆସିଥିଲେ । ଏହି ସମୟରେ କଂଟାବାଞ୍ଜି ସହରବାସି ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ୫୦ରୁ ଉର୍ଦ୍ଧ ସମାଜସେବି, ସ୍ୱେଚ୍ଛାସେବୀ ସଂଗଠନ କଂଟାବାଞ୍ଜିରେ ଖାଲି ପଡିଥିବା ଜମି ଉପରେ କୌଣସି ପ୍ରକଲ୍ପ କରିବାକୁ ଦାବି କରିଥିଲେ । ହେଲେ ଆଜିଯାଏ କୌଣସି ପ୍ରକଲ୍ପର ଦେଖାନାହିଁ କିଁ ପ୍ରସ୍ତାବିତ ପ୍ରକଲ୍ପର ରେଳ ବଜେଟରେ ଅନୁମୋଦନ ମିଲିଲାନାହିଁ । ବର୍ତମାନ ସମୟରେ ୧୪ ବର୍ଷ ପୁରୁଣା ଦାବି ଅର୍ଥାତ କଂଟାବାଞ୍ଜିରୁ ଇସ୍ପାତ ଟ୍ରେନ ଚାଲିବା ସ୍ୱପ୍ନ ପୁରଣ ହୋଇଛି । ନିଶ୍ଚିତ ଭାବେ ଏହା କଂଟାବାଞ୍ଜି ସହର ବାସିଙ୍କ ପାଇଁ ଖୁସିର ଖବର । ହେଲେ ବର୍ତମାନ ସମୟରେ ରେଳମନ୍ତ୍ରୀ ଅଶ୍ୱିନି ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନିରେ କଲାହାଣ୍ଡିରେ ରେଲଡବା କାରଖାନା ପାଇଁ ୫୦ ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଲାଣି ବୋଲି ସୁଚନା ଦେଇଛନ୍ତି । ରାଜ୍ୟ ସରକାର ସଂପୁର୍ଣ୍ଣ ଜମି ଅଧିଗ୍ରହଣ କରି ହସ୍ତାନ୍ତର କଲେ କାମ ଆରମ୍ଭ ହୋଇଯିବ ବୋଲି ମଧ୍ୟ ସେ କହିଛନ୍ତି । ତେବେ କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂ ମିଶ୍ର ରେଳମନ୍ତ୍ରୀଙ୍କୁ କଡା ଜବାଜ ଦେଇଛନ୍ତି । ରେଳପଡା କାରଖାନା ସତରେ ଯଦି ତିଆରି କରିବା କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଛି ତେବେ ଜମି ପାଇଁ ବିଲମ୍ବ ନକରି କଂଟାବାଞ୍ଜିରେ ଖାଲି ପଡିଥିବା ୭୦୦ ଏକର ଜମିରେ କାରଖାନା କାମ ଆରମ୍ଭ କରନ୍ତୁ ବୋଲି କହିଛନ୍ତି । ଅନ୍ୟ ପକ୍ଷରେ ରେଳପଡା କାରଖାନା ପାଇଁ ଜମି ଅଧିଗ୍ରହଣ କରାଯାଉଥିବା ରେଳମନ୍ତ୍ରୀ କହିବା ପରେ ଦିର୍ଘ ୭୦ ବର୍ଷରୁ ରେଳବାଇର ଶହ ଶହ ଜମି ଖାଲି ପଡିଥିବା ବେଳେ ସେହି ଜମି ଉପରେ କାହିକିଁ ରେଳମନ୍ତ୍ରୀ ରେଲଡବା କାରଖାନା ପାଇଁ କାର୍ଯ୍ୟକରୁନାହାନ୍ତି ବୋଲି ଅସନ୍ତୋଷ ପ୍ରକାସ ପାଉଛି । 

ସେମାନେ ଯାହା କହନ୍ତି

ହାଜି ମହମ୍ମଦ ଆୟୁବ ଖାଁ ( ପୁର୍ବତନ ବିଧାୟକ ତଥା ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସଂପାଦକ) 

ଦିର୍ଘ ଦିନର ଦାବି ଇସ୍ପାତ ଟ୍ରେନ କଂଟାବାଞ୍ଜି ପର୍ଯ୍ୟନ୍ତ ସଂପ୍ରସାରଣ କରିଥିବାରୁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଶିଲ୍ପ ବିହିନ ବଲାଙ୍ଗିର ଜିଲ୍ଲାରେ କଂଟାବାଞ୍ଜିରେ ଖାଲି ପଡିଥିବା ଜମିରେ କୌଣସି ରେଳବାଇ ର ପ୍ରକଲ୍ପ ଲଗାଇିଲେ ଏହି ଅଂଚଳର ଆର୍ଥିକ ସୁଧାର ହେବା ସହ ଦାଦନ ସମସ୍ୟା ଦୁର ହେବା । ସିକନ୍ଦରାବାଦ ରୁ ରାୟପୁର ଚାଲୁଥିବା ଟ୍ରେନ ଟିଟିଲାଗଡ ଯାଏ ସଂପ୍ରସାରଣ, ବିଶାଖାପାଟଣା ରୁ ବନାରସ ଯାଏ ସିଧା ସଲଖ ଟ୍ରେନ ଚଲେଇବା ପାଇଁ ରେଳମନ୍ତ୍ରିଙ୍କୁ ଦାବି କରେ । 

ଆଶିଷ ଖଇତାନ ( ରେଳ ଉପୋଭୋକ୍ତା ସଂଘ ବରିଷ୍ଠ ସଦସ୍ୟ) – କଂଟାବାଞ୍ଜିରେ ରେଳବାଇ ୭୦୦ ଏକର ଜମି ଖାଲି ପଡିଛି । ଅନେକ ସମୟରେ ରେଳ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକଲ୍ପ ପାଇଁ ଜମି ଚିହ୍ନଟ ହୋଇଛି କିନ୍ତୁ କୌଣସି ପ୍ରକଲ୍ପ ଆରମ୍ଭ ହୋଇନାହିଁ । ରେଳମନ୍ତ୍ରୀ କଂଟାବାଞ୍ଜିରେ ଖାଲି ପଡିଥିବା ଜମି ଉପରେ କୌଣସି ବୃହତ ପ୍ରକଲ୍ପ ତିଆରି କରାଯାଉ । ଯାହା ଦ୍ୱାରା ଏହି ଅଂଚଳର ଲୋକ ଏଠି ରହି କାମ କରି ନିଜର ପରିବାର ଚଲେଇ ପାରିବେ । କୌଣସି ଲୋକଙ୍କୁ ରାଜ୍ୟ ବାହାରକୁ କାମଧନ୍ଦା ପାଇଁ ଜିବାକୁ ପଡିବ ନାହିଁ ।  

ଅନିଲ ଅଗ୍ରୱାଲ ( ଚ୍ୟାମ୍ବର ଅପ୍ କମର୍ସ) – କଂଟାବାଞ୍ଜିରେ ଇସ୍ପାତ ଟ୍ରେନ ଚାଲିବ । ନିଶ୍ଚିତ ଭାବେ ଏହା କଂଟାବାଞ୍ଜି ସହରବାସୀଙ୍କ ଖୁସିର ଖବର । କେନ୍ଦ୍ର ରେଳମନ୍ତ୍ରୀ ଏବଂ ବଲାଙ୍ଗିର ସାଂସଦଙ୍କୁ ଆନ୍ତରିକତାରୁ ଧନ୍ୟବାଦ ଦେଉଛି । କିନ୍ତୁ ରେଳବାଇର ୭୦୦ ଏକର ଜମି ଥିବା ବେଳେ କଲାହାଣ୍ଡିରେ ରେଳଡବା କାରଖାନା ହେବା ଠିକ ନୁହେଁ । କଲାହାଣ୍ଡିରେ ଜମି କିଣିବାକୁ ପଡୁଛି । ହେଲେ କଂଟାବାଞ୍ଜିରେ ରେଳବାଇର ନିଜସ୍ୱ ଜମି ଥାଇ ମଧ୍ୟ କଂଟାବାଞ୍ଜି ପ୍ରତି ଉପେକ୍ଷା ଠିକ ହେଉନାହିଁ ।

Post a Comment

Previous Post Next Post