ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁମାରୀ ଗ୍ରାମରେ ଆସନ୍ତା ୧୧/୦୨/୨୦୨୨ ରେ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହ କୁ ଆଜି ବନ୍ଦ କରିଛି ବୌଦ୍ଧ ଜିଲ୍ଲା ପ୍ରଶାସନ!ବିଶେଷ ସୂତ୍ରରୁ ଖବର ପାଇ ହରଭଙ୍ଗା ବ୍ଲକ ସମ୍ମନ୍ବିତ ଶିଶୁ ବିକାଶ ଅଧିକାରୀଣୀ ତଥା ବାଲ୍ୟ ବିବାହ ନିଷେଧ ଅଧିକାରିଣୀ - ନିରୁପମା ପାଣି, ପରିଦର୍ଶିକା ଦୀପ୍ତି ପାତ୍ର, ସଂଯୋଜିକା ଚାଇଲଡଲାଇନ -ବବିନା ନାଏକ, ହରଭଙ୍ଗା ପୋଲିସ ଅଧିକାରୀ ଏବଂ ଚାଇଲଡଲାଇନ ସଦସ୍ୟ ମାନେ ଗ୍ରାମରେ ପହଞ୍ଚି ବୁଝା ସୁଝା କରିଥିଲେ । ବାଲ୍ୟ ବିବାହ ର ପରିଣାମ ଗୁଡିକୁ ମଧ୍ୟ ବୁଝାଇଥିଲେ । ଏହା ପରେ ପିତାମାତା ରାଜି ହୋଇଥିଲେ । ଝିଅ ଟିକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ଦେବେନି ବୋଲି ଏକ ଲିଖିତ ଆକାରରେ ଦେଇଥିଲେ । ପରେ ଶିଶୁ ମଙ୍ଗଳ ସମିତିରେ ଝିଅ କୁ ହାଜର କରାଇଥିଲେ ।
ବାଲ୍ୟବିବାହ ବନ୍ଦ କଲା ବୌଦ୍ଧ ଜିଲ୍ଲା ପ୍ରଶାସନ
ଆଜତକ ଓଡ଼ିଶା
0
Post a Comment