ବୌଦ୍ଧ,(ହୃଦାନନ୍ଦ ମେହେର) ଭାରତରତ୍ନ ଲତା ମଙ୍ଗେସକରଙ୍କୁ ଆଜି ସୁବର୍ଣ୍ଣପୁରବାସୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।ସହରର ବିଜୁ ପଟ୍ଟନାୟକ ଛକରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତରୁ ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା।ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ମାର୍ଗଦର୍ଶକ ଭାବେ ଯୋଗଦେଇ ଭାରତ ରତ୍ନ ଲତାଜୀଙ୍କ ସ୍ମୃତି ଚାରଣ କରିବା ସହିତ ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ସେହିପରି ଏହି ସଭାରେ ସହରର ମହାନଦୀ ସାହିତ୍ୟ ସଂସଦ ,ସ୍ୱଚ୍ଛ ଭାରତ,ନାଟ୍ୟଚକ୍ର ,ପଏଁରୀ ,ଭୀମଭୋଇ କଳା ପରିଷଦ ଆଦିର କାର୍ଯ୍ୟକାର୍ତ୍ତାଙ୍କ ସମେତ ସହରର ବହୁ ବିଶିଷ୍ଠ ବୁଦ୍ଧିଜୀବୀ ,ସମାଜସେବୀ ,ଆଇନଜୀବୀ ,ସାମ୍ବାଦିକ ,କଳାକାର ଯୋଗ ଦେଇ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।
କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଏହି ସଂଗଠନ ପକ୍ଷରୁ ପ୍ରଶାସନର ଅନୁମତି କ୍ରମେ ଲତାଜୀଙ୍କ ଉଦ୍ଦେଶ୍ୟରେ ଏକ ସ୍ୱର ସନ୍ଧ୍ୟା ଖୁବ ଶୀଘ୍ର ଆୟୋଜନ କରାଯିବ ବୋଲି ବରିଷ୍ଠ କାର୍ଯ୍ୟକର୍ତା ନାଟ୍ୟଶ୍ରୀ ଗଦାଧର ବାରିକ ସୂଚନା ଦେଇଛନ୍ତି । ସେହିପରି ସୁବର୍ଣ୍ଣପୁର ର ଆଉ ଏକ କଳାକାର,ତବଲା ବାଦ୍ୟକାର ତଥା ଲୋକଙ୍କୁ ଘରେ ଘରେ ଚିକିତ୍ସା ସେବା ପହଞ୍ଚାଇଥିବା ଲୋକଙ୍କ ପ୍ରିୟ ମେଡିକାଲ କମ୍ପାଉଣ୍ଡର ସ୍ବର୍ଗୀୟ ଶ୍ରୀ ରବୀନ୍ଦ୍ର ବେହେରା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Post a Comment