ନିଖୋଜ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର ।


ବୌଦ୍ଧ,(ହୃଦାନନ୍ଦ ମେହେର) ଗତ ୧୩ ତାରିଖ ଦିନ କଣ୍ଟାମାଳ ଥାନା ଅନ୍ତର୍ଗତ ମଲିକକୁଦ ଗ୍ରାମ ଉପରପଡ଼ା ର ଯୁବକ ଯଦୁରାଜ ଭୋଇ ଙ୍କ ନିଖୋଜ ନେଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା | ମିଳିଥିବା ସୂଚନା ଅନୁସାରେ ଗତ ୧୩ ତାରିଖରେ ଗ୍ରାମର ଯଦୁରାଜ ଭୋଇ(୪୦) କାଠ ଆଣିବା ପାଇଁ ନିକଟସ୍ଥ ହୁଣ୍ଡାର ଦୁଲି ଜଙ୍ଗଲ କୁ ଯାଇ ଆଉ ଘରକୁ ଫେରି ନ ଥିଲେ | ପରିବାର ଲୋକେ ବହୁତ ଖୋଜାଖୋଜି କଲା ପରେ କୌଣସି ସନ୍ଧାନ ନ ମିଳିବାରୁ ଗତ ୧୪ ତାରିଖରେ ବଡ଼ଭାଇ ଉଦ୍ଧବ ଭୋଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ | ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଆଜି ମଲିକକୁଦ ଗ୍ରାମରୁ ୧କିଲୋମିଟର ଦୂର ସାହାଜପିଟା ଗ୍ରାମର ନିକଟସ୍ଥ ଜଙ୍ଗଲରୁ ଏକ ଆମ୍ବ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ | ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ | ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିବା ପରେ କଣ୍ଟାମାଳ ପୋଲିସକୁ ଜଣାଇଥିଲେ |କଣ୍ଟାମାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଆଜି ସନ୍ଧ୍ୟା ହୋଇଯିବାରୁ ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣା ପଡିଛି | ଶବ ବ୍ୟବଚ୍ଛେଦ କଲା ପରେ ଘଟଣାର ପ୍ରକୃତ କାରଣ ଜଣା ପଡିବ ବୋଲି ଏ.ଏସ.ଆଇ. ଲିସାରାଣି ସେଠୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପରିବାର ଲୋକଙ୍କ କହିବାନୁସାରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ।


ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post