ନିଶାସକ୍ତ ଫାର୍ମାଷିଷ୍ଟ ଙ୍କ ଉନ୍ମତ୍ତ କାଣ୍ତ


ବାଲେଶ୍ବର,(ପ୍ରଭାକର ମଲ୍ଲିକ) ନିଶାସକ୍ତ ଫାର୍ମ। ସି ଷ୍ଟ ଙ୍କ ଉନ୍ମ ତ୍ତ କାଣ୍ଡ , କୋଭିଡ ଭ୍ଯାକସିନ ନେବା ପାଇଁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହିତ ଭଙ୍ଗା ମଦ ବୋତଲ ଫୋପାଡି ଦେବାରୁ ଜଣେ ଆହତ ହୋଇଛନ୍ତି , ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ବାସ୍ଥ୍ଯକେନ୍ଦ୍ର ରେ ଏଭଳି ଅଭାବନୀୟ ଘଟଣା ଘଟିଛି , ଏହି ସ୍ବାସ୍ଥ୍ଯକେନ୍ଦ୍ର ର ଫାର୍ମାଷିଷ୍ଟ ଶିବାସିଷ ଟୁଡୁ ଆଜି ସକାଳେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଦାଣ୍ତି ଗ୍ରାମର ପ୍ରଶାନ୍ତ ଘଡାଇ ଉକ୍ତ ସ୍ବାସ୍ଥ୍ଯକେନ୍ଦ୍ର କୁ କୋଭିଡ ଭ୍ଯାକସିନ ନେବା ପାଇଁ ଯାଇଥିଲେ , ନିଶାସକ୍ତ ଅବସ୍ଥାରେ ଥିବା ଫାର୍ମାଷିଷ୍ଟ ଙ୍କୁ ଭ୍ଯାକସିନ ନେବା ବିଷୟରେ ପଚାରିବାରୁ ସେ ପ୍ରଶାନ୍ତ ଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମଦ ବୋତଲ ରେ ଆକ୍ରମଣ କରିଥିଲେ , ଫଳରେ ତାଙ୍କ ହାତ ଏବଂ ଗୋଡ ରେ ଗଭୀର କ୍ଷତ ସୃଷ୍ଟି ହୋଇ ଥିଲା , ଏହି ସମୟରେ ନିଶାସକ୍ତ ଫାର୍ମାଷିଷ୍ଟ ଜଣକ ସ୍ବାସ୍ଥ୍ଯକେନ୍ଦ୍ର କୁ ଆସିଥିବା ଲୋକମାନଙ୍କୁ ମଧ୍ଯ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ , ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାଷିଷ୍ଟ କୁ କାବୁ କରି ଲୁହା ଚେନ ରେ ବାନ୍ଧି ଥାନା କୁ ନେଇଥିଲେ , ତେବେ କିଛି ମାସ ପୂର୍ବରୁ ମଧ୍ଯ ଉକ୍ତ ଫାର୍ମାଷିଷ୍ଟ ନିଶାସକ୍ତ ଅବସ୍ଥାରେ ଲୋକମାନଙ୍କୁ ଖଣ୍ତା ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ , ତେବେ ଏଭଳି ନିଶାସକ୍ତ ଫାର୍ମାଷିଷ୍ଟ କୁ ଚାକିରୀ ରୁ ବହିଷ୍କାର କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି, ତେବେ ଆମେ ଏ ସମ୍ପର୍କରେ ବସ୍ତା ମେଡିକାଲ ଇନଚାର୍ଯ ଙ୍କୁ ପଚାରିବାରୁ ଘଟଣା ର ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତ ।

ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ

Post a Comment

Previous Post Next Post