ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଂକୁଲୋଇ ପଂଚାୟତ ଶଙ୍କରଡ଼ା ଗ୍ରାମରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟ ପ୍ରହାର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି!ସୂଚନା ମତେ ପଂଚାୟତ ବାସୀଙ୍କ ମିଳିତ ଉଦ୍ୟମ ରେ ଶ୍ରୀ ଶ୍ରୀ ଚୈତନ୍ୟ ସଂକୀର୍ତ୍ତନ୍ୟ ମହାସଂଘ ଆନୁକୂଲ୍ୟରେ ଆଜି ପ୍ରାତ 5ଘଟିକା ସମୟରେ କଳସ ଯାତ୍ରା କରି ପୂର୍ଣ୍ଣ କୁମ୍ଭ ସ୍ଥାପନ କରି ଏହି ମହାଯଜ୍ଞ ଆରମ୍ଭ ହୋଇଛି!ଏହି ପଂଚାୟତ ବାସି ଚୈତନ୍ୟ ସଂକୀର୍ତନ ମହାସଂଘ ର ସପ୍ତମ ବର୍ଷ ଅବସରରେ ପଂଚାୟତ ର ସମସ୍ତ ଗ୍ରାମର ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ସହଯୋଗ ରେ ଏହି ଉତ୍ସବ ପାଳିତ ହୋଇଥିବାର ସୂଚନା ମିଳିଛି!
ଶଙ୍କରଡ଼ା ଠାରେ ସପ୍ତମ ବାର୍ଷିକ ଉତ୍ସବ ଓ଼ ଅଷ୍ଟପ୍ରହରୀ ନାମ ଯଜ୍ଞ
ଆଜତକ ଓଡ଼ିଶା
0
Post a Comment