ହରଭଙ୍ଗା ବ୍ଲକ ରାମଗଡ ପଂଚାୟତରେ ସମିତିସଭ୍ୟ ପାଈଁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ସୁଶ୍ରୀ ରଶ୍ମିତା ମଲ୍ଲିକ!ଏହି ପଂଚାୟତ ରୁ ସମିତିସଭ୍ୟ ପଦ ପାଈଁ ୪ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତଫସିଲ ଭୁକ୍ତ ଜନଜାତିର ମହିଳାଙ୍କ ପାଈଁ ସଂରକ୍ଷିତ ଏହି ଆସନ ପାଈଁ ରଶ୍ମିତା ମଲ୍ଲିକ,ବିଜୁଳି ମଲ୍ଲିକ,ରିତାରାଣୀ ନାୟକଓ ଲଷ୍ମୀ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ନାମାଙ୍କନପତ୍ର ନାକଚ ହୋଇଯାଇଥିଲା।ଅନ୍ୟଜଣେ ପ୍ରାର୍ଥୀନୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେବା ଫଳରେ ରଶ୍ମିତା ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ। ମାତ୍ର ନିର୍ବାଚିତ ଘୋଷିତ ହେବା ପରେ ପରେ ତାଙ୍କର ପତା ମିଳୁନାହିଁ।ସ୍ୱାମୀ ଓ ଏକମାତ୍ର ପୁତ୍ର ସହ ରଶ୍ମିତା କାହାକୁ କିଛି ନଜଣେଇ କେଉଁଆଡେ ଚାଲିଯାଇଛନ୍ତି କି କୈlଣସି ରାଜନୈତିକ ଦଳ ଅପହରଣ କରିଛନ୍ତି ଏ ସମ୍ପର୍କରେ ତାଙ୍କର ଶାଶୁ ଭୂମିସୁତା ମଲ୍ଲିକ କିଛି କହି ପାରୁନାହାନ୍ତି।ତେଣୁ ରଶ୍ମିତାଙ୍କ ଅନୁପସ୍ଥିତି ନେଇ ବିଭିନ୍ନ ମହଲରେ ନାନା ଆଲୋଚନା ହେଉଛି। ଆସନ୍ତା ୨୦ତାରିଖ ରେ ହରଭଙ୍ଗା ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଈଁ ଭୋଟ ଗ୍ରହଣ କରାଯିବ। ଏଭଳି ପୃଷ୍ଠଭୂମିରେ ସ୍ୱାମୀ ଓ ସନ୍ତାନଙ୍କ ସହ ସେ ଅନ୍ତର୍ଦ୍ଧାନ ହେବା ବିସ୍ମୟ ସୃଷ୍ଟି କରିଛି।
ସୂଚନା ଯୋଗ୍ୟଯେ ହରଭଙ୍ଗା ବ୍ଲକରେ ୨୨ଟି ସମିତିସଭ୍ୟ ପଦ ରହିଛି।ସବୁ ପଦ ପାଈଁ ମୁଖ୍ୟତଃ କ୍ଷମତାସୀନ ବିଜେଡି ଓ ମୁଖ୍ୟ ବିରୋଧୀ ଦଳ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦୀତା ହେଉଛି।ଗତ ପଂଚାୟତ ନିର୍ବାଚନରେ ବିଜେଡିର ସମର୍ଥିତ ସଂଖ୍ୟଧିକ ସମିତିସଭ୍ୟ ନିର୍ବାଚିତ ହୋଇଥିଲେ ଓ ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ଦଖଲ କରିଥିଲା। ସାମ୍ପ୍ରତିକ ନିର୍ବାଚନରେ ଭୋଟର ମାନେ କାହା ଆଡକୁ ଢଳୁଛନ୍ତି ତାହାକୁ ଉତ୍କଣ୍ଠାର ସହ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପ୍ରତିକ୍ଷା କରୁଛନ୍ତି।
Post a Comment