ଆଚରଣବିଧି ଉଲଘଂନ କଲା ବିଜେଡି ।


ବାଲିଆପାଳ,(ପ୍ରଭାକର ମଲ୍ଲିକ) ନିର୍ବାଚନ କମିଶନ ସାରା ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ କରିଥିବାବେଳେ ବିଭିନ୍ନ ସ୍ଥାନରେ ସରକାରୀ ଦଳ ପକ୍ଷରୁ ଆଦର୍ଶ ଆଚରଣ ବିଧି ଉଲଙ୍ଘନ ହେଉଥିବାର ଦେଖିବାକୁ ମିଳୁଛି। ନିର୍ବାଚନ କମିଶନ କରୋନାର ଲହରକୁ ଦେଖି କିଛି କଟକଣା କୋହଳ କରିଛନ୍ତି। ସେଥିମଧ୍ୟରୁ ନିର୍ବାଚନୀ ସଭା ରେ ସର୍ବାଧିକ 300 ଲୋକଙ୍କୁ ନେଇ ସଭା କରିବାର ନିୟମ ରହିଥିବାବେଳେ ବାଇକ୍ ରାଲି କିମ୍ବା ରୋଡସୋ କୁ ସଂପୂର୍ଣ୍ଣ ନିଷେଧ ଥିବାବେଳେ ବିଜେଡି କିନ୍ତୁ ଏହାର ଉଲ୍ଲଘଂନ କରୁଥିବାର ଦେଖିବାକୁ ମିଳିଛି। ବାଲିଆପାଳ ରେ ମଧୁପୁରା ଠାରୁ ପ୍ରତାପପୁର ସଭାସ୍ଥଳ ପର୍ଯ୍ୟନ୍ତ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଓ ବିଜୁ ମହିଳା ଜନତାଦଳ କାର୍ଯ୍ୟକାରୀ ସଭାପତି ସୁବାଶିନୀ ଜେନା ପ୍ରମୁଖ ଙ୍କୁ ହଜାରେରୁ ଉର୍ଦ୍ଧ୍ବ ଲୋକଙ୍କ ବାଇକ୍ ରାଲି ଓ ରୋଡସୋ ମାଧ୍ୟମରେ ସଭାସ୍ଥଳ କୁ ନିଆଯାଇଥିଲା।

ଫଳରେ ଆଦର୍ଶ ଆଚରଣ ବିଧି କୁ ଖୋଲମଖୋଲା ଉଲଂଘନ କରାଯାଇଥିଲା । ତେବେ ଶାସକ ଦଳ ପାଇଁ କ'ଣ କଟକଣା କିଛି ନାହିଁ କିମ୍ବା ଆଚରଣ ବିଧି ଉଲଙ୍ଘନ କରିବାକୁ ଉଲଘଂନ କରିବାର କ୍ଷମତା ଦେଲା କିଏ ? ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଦେଖିବାକୁ ବାକି ରହିଲା ନିର୍ବାଚନ କମିଶନ ପରବର୍ତ୍ତୀ ପଦକ୍ଷେପ କଣ ନେଉଛନ୍ତି।


ବାଲେଶ୍ଵର ଜିଲ୍ଲା ବାଲିଆପାଳ ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।

Post a Comment

Previous Post Next Post