ବାଲେଶ୍ବର,(ପ୍ରଭାକର ମଲ୍ଲିକ)ଆଜି ବସ୍ତା ବ୍ଲକ ଅନ୍ତର୍ଗତ ନାଇକୁଡ଼ି ପଞ୍ଚାୟତର ବିଜେପି ଦଳର ପ୍ରଚାର ଜୋର ଧରିଛି। ଆଜି ନାଇକୁଡି ପଞ୍ଚାୟତର ବାଳିଆପାଟି ଠାରେ ନେତା ଓ କର୍ମୀ ମାନେ ଏକତ୍ରିତ ହୋଇ ସେଠାରୁ ବାଳିଆପାଟି,ବାୟା,ନାଈକୁଡି ଓ ଅଗତମାଳ ପୋଖରୀ ଗ୍ରାମକୁ ଯାଇ ଭୋଟରମାନଙ୍କୁ ବୈଠକ କରିବା ସହ ଭୋଟର ମାନଙ୍କୁ ଏକାଠି ହୋଇ ପ୍ରାର୍ଥୀ ମାନଙ୍କୁ ବିଜୟ କରିବାକୁ ଗୁରୁମନ୍ତ୍ର ଦେଇଥିଲେ । ଜିଲ୍ଲାପରିଷଦ ପ୍ରାର୍ଥୀ ଗୀତା ଦାସ, ସରପଞ୍ଚ ପ୍ରାର୍ଥୀ ଖଗେନ୍ଦ୍ର ନାୟକ ଓ ସମିତି ସଭ୍ୟ ପ୍ରାର୍ଥୀ ରାମ ଚନ୍ଦ୍ର ସ।ନ୍ତର ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲେ। ନାଇକୁ ଡି ପଞ୍ଚାୟତର ପ୍ରଚାର କମିଟି ଅଧକ୍ଷ ରତ୍ନାକର ଜେନା ପୌରହିତ୍ୟରେ ସେମାନଙ୍କ ମଙ୍ଗ ଧରିଛନ୍ତି ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ପ୍ରାର୍ଥୀଙ୍କ ସହିତ ସେ ମଧ୍ୟ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଛନ୍ତି। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ଦେବେନ୍ଦ୍ର ଦାସ,ବିଜୟ ଜେନା,ତ୍ରିଲୋଚନ ଦାସ,ଦିଲୀପ ନାୟକ, ଗୋପା ଳ ଦାସ,ଅଶ୍ୱନି ପାତ୍ର(ଥୁପି) ସହ ବହୁ କର୍ମୀମାନେ ସାମିଲ ହୋଇଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ ।
Post a Comment