ହରଭଙ୍ଗା,(ସୁଶାନ୍ତ କୁମାର ବେହେରା) କିଛି ଦିନ ହେଲା ଶୀତ ଗାଏବ ହୋଇ ଯାଇଥିଲା। ପାଗ ବଦଳିବା ସହ ବର୍ଷା ଆରମ୍ଭ ହୋଇଥିଲା।ବର୍ଷା ଛାଡିବା ପରେ ଏବେ ପୁଣି ଶୀତ କଡ଼ ଲେଉଟେଇଛି। ପୁଣି ହାଡ଼ ଭଙ୍ଗା ଶୀତ ହରଭଙ୍ଗା ବ୍ଲକ କୁ ଫେରିଛି।ଗତକାଲି ତାପମାତ୍ରା ୧୧ଡିଗ୍ରୀ ସେଲସିୟସ ରହିଥିଲା ଯାହାକି ଏହି ଜାନୁଆରୀ ମାସର ସର୍ବନିମ୍ନ ତାପମାତ୍ରା ।ଆଭ୍ୟନ୍ତରୀଣ ଅଂଚଳରେ ଏହାଠାରୁ ଆହୁରି କମ ତାପମାତ୍ରା ରହିଥିବା ଅନୁମାନ କରାଯାଉଛି। ହରଭଙ୍ଗା ବ୍ଲକର ଆଭ୍ୟନ୍ତଅଂଚଳ ଯଥା-ହରଭଙ୍ଗା,କୁଶଙ୍ଗ, ତଳଗାଁ, ମାଧପୁର, ସାତଖଣ୍ଡ, ପଦ୍ମତୋଳା, ସଙ୍କୁଲୋଇ, କରଂଜକଟା, ବାଣିଭୂଷଣ ପୁର, ପୁରୁଣା କଟକ, ତିଲେଶ୍ୱର, ରାମଗଡ, ଧଳପୁର ଆଦି ଅଂଚଳରେ ଶୀତର ପ୍ରକୋପ ବୃଦ୍ଧି ପାଇବାକୁ ଲାଗିଛି।ପାରଦ ତଳକୁ ଖସୁଥିବାରୁ ହାଡ଼ ଭଙ୍ଗା ଜାଡ ଅନୁଭୂତ ହୋଉଛି। ଦିନ୧୦ ଟା ପର୍ଯ୍ୟନ୍ତ ଶୀତ ଛାଡୁନାହିଁ। ସକାଳୁ ଘରୁ ବାହାରକୁ ବାହାରି ହେଉନାହିଁ।ସନ୍ଧ୍ୟା ୫ଟା ହୋଇଗଲେ ଶୀତର ପ୍ରଭାବ ଆରମ୍ଭ ହୋଇଯାଉଛି।ଦିନ ତମାମ କୋହଲା ପବନ ବୋହୁଛି । ପ୍ରବଳ ଶୀତ ଯୋଗୁଁ ଶ୍ରମିକ ମାନେ କାମକୁ ଠିକଭାବେ ଯାଇନପାରି ବହୁ ସମସ୍ୟା ର ସମୁଖୀନ ହେଉଛନ୍ତି। ଶୀତରୁ ରକ୍ଷା ପାଇବା ପାଈଁ କିଏ ନିଆଁର ସାହାରା ନେଉଛି ତ ଆଉ କିଏ ସକାଳୁ ପ୍ରାତଃଭ୍ରମଣ କରୁଛନ୍ତି।
ପୁଣି ଫେରିଛି ଶୀତ ହରଭଙ୍ଗା ରେ ତାପମାତ୍ରା ବୃଦ୍ଧି
ଆଜତକ ଓଡ଼ିଶା
0
Post a Comment