କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ


କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରେରଣାର ସମ୍ପାଦକ ରଘୁ ନନ୍ଦନ ସିଂହ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସାହ୍ କଣ୍ଟାବାଞ୍ଜି ପ୍ରେସ କ୍ଲବ ର ସାମାଜିକ ପ୍ରତିବଦ୍ଧତା କୁ ପ୍ରସଂଶା କରିଥିଲେ  ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ । ପ୍ରେସ କ୍ଲବ ସଭାପତି ପ୍ରଭଜିତ ସାଲୁଜା ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ତେରାପନ୍ଥ ଯୁବକ ପରିଷଦ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର ରେ ପ୍ରେସ କ୍ଲବ ସଭାପତି ରକ୍ତଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ର ସମସ୍ତ୍ ସଭ୍ଯ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲବ ର ଉପଦେଷ୍ଟା ଆଶିଶ ଖାଇତାନ୍ ବଣ୍ଟି ଗୁପ୍ତା, ଆନନ୍ଦ ମୋଟେ, କାର୍ଯ୍ୟକାରୀ ସଭାପତି ସୁରଦାସ ବାଗ, କମଳଜିତ୍ ମାଖିଯା, ମନୋଜ ଶର୍ମା, କାଜୁ ଶବର, ରୋହନ ମହତ୍ ବିଶିକେଶନ ମାଝୀ, ଆଇନ ପରାମର୍ଶଦାତା ବିବେକ ଶର୍ମା, ମେଡିକାଲ ଅଫିସର ଡ଼.ଏସ ପି ଡି ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।


Post a Comment

Previous Post Next Post