କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା)ଚଟୁଅନକା ଜବାହାରଲାଲ ନେହେରୁ ଆଦିବାସି କ୍ଲବ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ କମ୍ୟୁନିଟି ସେଣ୍ଟର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚଟୁଅନକା ସରପଞ୍ଚ ସସ୍ମିତା ମହାନନ୍ଦ ଅତିଥି ଭାବେ ଯୋଗ ଦେଇ ପତାକା ଉତୋଳନ କରିବା ସାହ୍ ଜବାହାରଲାଲ ନେହେରୁ ଆଦିବାସି କ୍ଲବ ର ସାମାଜିକ ପ୍ରତିବଦ୍ଧତା କୁ ପ୍ରସଂଶା କରିଥିଲେ ଭାରତର ଏକତା ଓ ଅଖଣ୍ଡତା କୁ ବଜାୟ ରଖିବା ପାଇଁ ସମସ୍ତଙ୍କ ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଜବାହଲାଲ ନେହେରୁ ଆଦିବାସି କ୍ଲବ ସଭାପତି ସହଦେବ ମାଝୀ ଏହି ଉତ୍ସବରେ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପତାକା ଉତୋଳନ ରେ କ୍ଲବ ର ଉପସଭାପତି ବିଷିକେଶନ ମାଝୀ,ମୁଖରାମ , ଗୋବିନ୍ଦ ମାଝୀ, ସନୁଧର ମାଝୀ , କୈଳାଶ ମାଝୀ, ମଝିପଡ଼ା ସ୍କୁଲ ର ପ୍ରଧାନ ଶିକ୍ଷକ ବିରଞ୍ଚିନାରୟଣ ଦାସ ,ଶିକ୍ଷକ କିଶୋର ବାରହା, ଆଗେନୱାଡ଼ି (ଖ)ର ସଙ୍ଗୀତ ବୋଏ ପ୍ରମୁଖ ସାମିଲ ହୋଇଥିଲେ ।
Post a Comment