ବୌଦ୍ଧ,(ହୃଦାନନ୍ଦ ମେହେର) ବୌଦ୍ଧ ଜିଲ୍ଲାର ବାପୁଜୀନଗର ଠାରେ ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଛି। ମୁଖ୍ୟ ଅତିଥି ଭାବରେ ଅମ୍ବିକା ମହାପାତ୍ର ପତାକା ଉତ୍ତୋଳନ କରି ସ୍ଵାଧୀନତା ଉପରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ରଞ୍ଜିତ ମେଘିଆ ଉପସ୍ଥିତ ରହି ଯୁବଗୋଷ୍ଠୀଙ୍କୁ ଉତ୍ସାହ କରିଥିଲେ ଏବଂ ୱାଇ.ଭି.ଡି.ସି ର ପ୍ରତିଷ୍ଠାତା ଶିବ ଚରଣ ବେହେରା ଯୁବଗୋଷ୍ଠୀଙ୍କୁ ଉତ୍ସାହ କରିବା ସହିତ ଏହି କମିଟି ର କିପରି ଉନ୍ନତି ହେବ ଓ ଆଗକୁ ବଢ଼ି ଚାଲିବ ସେ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ୱାଇ.ଭି.ଡି.ସି ର ସଂପାଦକ ଶ୍ୟାମ ମିର୍ଦ୍ଧା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ, ସଭାପତି ନିଲୁ ବେହେରା ମୁଖ୍ୟ ଅତିଥି, ଅନ୍ୟ ଅତିଥି ଏବଂ ଯୁବଗୋଷ୍ଠୀ ଙ୍କୁ ଧନ୍ୟବାଦ ଦେଇଥିଲେ । ସାଂସ୍କୃତିକ ସଂପାଦକ ଦେବାର୍ଚ୍ଚନ ମେହେର ସାଧାରଣତନ୍ତ୍ର ଦିବସ ଉପରେ ଏକ କବିତା ପାଠ କରି ସଭାସଙ୍ଗ କରିଥିଲେ। ୱାଇ.ଭି.ଡି.ସି ସମସ୍ତ ସଦସ୍ୟ ଏବଂ ଗ୍ରାମର ଯୁବଗୋଷ୍ଠୀ ଯୋଗ ଦେଇ ସାହାଯ୍ୟ ସହଯୋଗ କରିଥିଲେ।
Post a Comment