ସମଲେଶ୍ୱରୀ ଫ୍ୟାମିଲି ଚାରିଟେବୁଲ ଟ୍ରଷ୍ଟ ତରଫରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ


ବୌଦ୍ଧ,(ହୃଦାନନ୍ଦ ମେହେର) ସମଲେଶ୍ୱରୀ ଫ୍ୟାମିଲି ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆଜି ଅଧ୍ୟକ୍ଷା ସବିତା ହୋତାଙ୍କ ପୌରହିତ୍ୟରେ ୭୩ ତମ ସାଧାରଣତନ୍ତ୍ର ଦିବସ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଲାୟନ୍ସ କ୍ଲବ ସମ୍ପାଦକ କାର୍ତ୍ତିକ କଲେତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଟ୍ରଷ୍ଟର ସଭାପତି ବାଳକୃଷ୍ଣ ଖାଡ଼ଙ୍ଗା, କୋଷାଧ୍ୟକ୍ଷ ଉଗ୍ରସେନ କର୍ମୀ, ସମ୍ପାଦକ ସୁଜାତା ପଣ୍ଡା,ଭାଗ୍ୟଲତା ପରିଡା, ରଂଜିତା ସାହୁ, ବିଜୟାଲକ୍ଷ୍ମୀ ହୋତା, ଶ୍ରୀବଲ୍ଲଭ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ପରେ ଅଧ୍ୟକ୍ଷା ସବିତା ହୋତା ଙ୍କ ନେତୃତ୍ୱ ରେ ରାଜାପଡ଼ାରେ ଥିବା କଳ୍ପତରୁ ଆଶ୍ରମ ରେ ଅନାଥ ପିଲାମାନଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । ବିଭିନ୍ନ ସମୟରେ ସମଲେଶ୍ୱରୀ ଫ୍ୟାମିଲି ଚାରିଟେଭୁଲ ଟ୍ରଷ୍ଟ ତରଫରୁ ଅନେକ ଜନ କଲ୍ୟାଣ, ସମାଜ ସେବା ଇତ୍ୟାଦି ହାତକୁ ନେଇ ବେଶ ପ୍ରଶଂସିତ ହୋଇଛି ।


ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ଆଜତକ ଓଡ଼ିଶା

Post a Comment

Previous Post Next Post