ହରଭଙ୍ଗା,(ସୁଶାନ୍ତ କୁମାର ବେହେରା ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନାରୀବାଦ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।। ଉକ୍ତ ଆଲୋଚନା ଚକ୍ର ରେ ରାଜନୀତି ବିଜ୍ଞାନ ବିଭାଗ ର ମୁଖ୍ୟ ରମେଶ ଚନ୍ଦ୍ର ତାରେଣିଆ ସଭାପତିତ୍ୱ କରିଥିଲେ ।ଏଥିରେ କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ଅକ୍ଷୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀ ସସକ୍ତି କରଣ ଓ ନାରୀସମାନତା, ନାରୀ ସ୍ୱାଧୀନତା, ଉପରେ ନିଜର ମତାମତ ରଖିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସଂମାନିତ ଅତିଥି ଭାବେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ପୂର୍ନେନ୍ଦୁ ତ୍ରିପାଠୀ,ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ସୁଭଙ୍କରୀ ବଡ଼ମାଲି, ଏବଂ ଶିକ୍ଷକ କୁଳମଣି ମେହେର, ପ୍ରମୁଖ ଯୋଗଦେଇଥିଲେ ।ଏଥିରେ ୨୫ ଜଣ ଛାତ୍ରଛାତ୍ରୀ ସନ୍ଦର୍ଭ ପାଠ କରିଥିଲେ ଶେଷରେ ଅଧ୍ୟାପକ ରଞ୍ଜିତ ସାମଲ ଅତିଥି ପରିଚୟ ଧନ୍ୟବାଦ ଅର୍ପଣ କରିଥିଲେ ।
ଡିଗ୍ରୀ ମହାବିଦ୍ୟାଳୟ ରେ ଆଲୋଚନା ଚକ୍ର
ଆଜତକ ଓଡ଼ିଶା
0
Post a Comment