ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ସଂଖ୍ୟା :-୪୬୧୮୮ ତା.୨୮-୧୨-୨୦୨୧ରେ ରାଜ୍ୟ ପୋଲିସ ବିଭାଗ ର କାର୍ଯ୍ୟରତ ୫୯ଜଣ ଇନ୍ସପେକ୍ଟର ଡି. ଏସ. ପି. ପାହ୍ୟା କୁ ପଦୋନ୍ନତି ପାଇଛନ୍ତି । ପ୍ରକାଶିତ ତାଲିକା ରେବୌଦ୍ଧ ଆଦର୍ଶ ଥାନା ଆଇ. ଆଇ. ସି. ତପସ୍ବିନୀ କଁଅର ଙ୍କ ପଦୋନ୍ନତି ପରେ ମାଡାମ ଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶସଂକ ଙ୍କ ସୁଅ ଛୁଟୁଛି । ତପସ୍ବୀନି କଁଅର ୩୧-୭-୨୦୧୦- ୪-୮-୨୦୧୦ ପର୍ଯ୍ୟନ୍ତ,୧୦-୦୨-୨୦୧୧ ରୁ ୨୩-୦୫-୨୦୧୧ ରିଖ ପର୍ଯ୍ୟନ୍ତ ଏବଂ ୦୫-୧୦-୨୦୧୮ ରୁ ଅଦ୍ୟ ବଧି ଦକ୍ଷତା ର ସହ ନିଜ ଦାୟିତ୍ୱ ନିର୍ବାହ କରିଛନ୍ତି । ଅଦ୍ୟ ତା.୨୯-୧୨-୨୦୨୧ ରିଖ ଅପରାହ୍ନ ରେ ଆଇ. ଆଇ. ସି. ତପସ୍ବିନୀ କଁଅର ଙ୍କୁ ସୌଜନ୍ୟମୂଳକ ସାକ୍ଷ୍ୟାତ କରି ଶୁଭେଚ୍ଛା ଜଣାଇ ଥିଲେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସୌଜନ୍ୟ ମୂଳକ ସାକ୍ଷାତ କରି ସୁଶ୍ରୀ କଅଁର ଙ୍କୁଶୁଭେଚ୍ଛା ଜଣାଇବା ସହଆଗାମୀ ନବ ବର୍ଷ ର ଅଭିନନ୍ଦନ ଜଣାଇଥିଲେ ।
ଆଇ. ଆଇ. ସି. ତପସ୍ୱିନୀ କଁଅର ଙ୍କ ଡି. ଏସ. ପି. ପାହ୍ୟା କୁ ପଦୋନ୍ନତି
ଆଜତକ ଓଡ଼ିଶା
0
Post a Comment