ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ସଦର ବ୍ଲକ ମନୁପାଲି ବରକନିଆ ପୀଠ ନିକଟସ୍ଥ ବାବା ଲଛମନ ଦାସ ମଠ ଠାରେ ଜିଲ୍ଲା ଶ୍ରୀଲଷ୍ମୀବାସୁଦେଵ ବୈଦିକ ପଣ୍ଡିତ ସଂଗଠନର ଏକ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ପଞ୍ଚରା ଅଞ୍ଚଳର କର୍ମକାଣ୍ଡି ପଣ୍ଡିତ ମାନେ ଯୋଗ ଦେଇ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।ଏଥିରେ ପଞ୍ଚରା ର ବରିଷ୍ଠ ପଣ୍ଡିତ ବୁଦ୍ଧଦେବ ମିଶ୍ର,ଯଦୁମଣି ମିଶ୍ର,ରମେଶ ମିଶ୍ର,ଗଣେଷ ମିଶ୍ର,ଚିତ୍ତରଞ୍ଜନ ଦାଶ୍, ସନ୍ତୋଷ ଦାଶ୍,ଏବଂ ଅନ୍ୟ କିଛି ପଣ୍ଡିତ ଙ୍କୁ ନେଇଏଥିସହ ଆଗାମୀ ଦିନରେ ପଞ୍ଚରା ଅଞ୍ଚଳରେ ସଂଗଠନର ଏକ ଶାଖା ଗଠନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।ଏହାଛଡା ଆଗାମୀ ଦିନରେ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଠାରେ ପଞ୍ଚକୁଣ୍ଡି ଶ୍ରୀମହାରୁଦ୍ର ଯଜ୍ଞ ଅନୁଷ୍ଠିତ କରାଯିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।ବୈଠକ ଶେଷ ହେବା ପରେ ପୂର୍ଣ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶ୍ରୀଲଷ୍ମୀବାସୁଦେବ ବୈଦିକ ପଣ୍ଡିତ ସଂଗଠନର ବୈଠକ।
ଆଜତକ ଓଡ଼ିଶା
0
Post a Comment