ବୌଦ୍ଧ ଜିଲା ବିଜେପିର ୨ ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

 


ବୌଦ୍ଧ,(ଆଜତକ୍ ଓଡ଼ିଶା) ବୌଦ୍ଧଜିଲା ବିଜେପିର କର୍ମକର୍ତ୍ତାମାନଙ୍କୁ ନେଇ ସ୍ଥାନୀୟ ଟାଉନହଲଠାରେ ଦୁଇଦିନିଆଁ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଜିଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୮ଗୋଟି ବିଷୟରେ ଜିଲା ବିଜେପିର କର୍ମକର୍ତ୍ତାମାନଙ୍କୁ ନେଇ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରକୁ ସାଧାରଣ ସମ୍ପାଦକ ସତ୍ୟାନନ୍ଦ ପାଣ୍ଡେ ସଞ୍ଚାଳନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଦଳୀୟ କର୍ମକର୍ତ୍ତାଙ୍କୁ ପଞ୍ଚାୟତ, ପୌରାଞ୍ଚଳ ଓ ସମବାୟ ନିର୍ବାଚନ ପରିଚାଳନା, ଆତ୍ମ ନିର୍ଭର ଭାରତ, ସଂଗଠନ ସଂରଚନା ଓ ବିଚାର ପରିବାର, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ଉପଯୋଗ, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱର ବିକାଶ, ଭାରତୀୟ ବିଚାରଧାରା ଓ ବିଜେପି, ଅନ୍ତୋଦୟୀ ପ୍ରଜାତନ୍ତ୍ରରେ ଯୁଗାନ୍ତକାରୀ ୭ବର୍ଷ, ବୈଷୟିକ ପରିଦୃଶ୍ୟରେ ଭାରତ ଓ ବିଜେପିର ଦାୟିତ୍ୱ ନେଇ ଆଲୋଚନା ଓ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ଦୁଇଦିନିଆଁ ପ୍ରଶିକ୍ଷଣ ଶିବିରରେ ବିପ୍ରଚରଣ ମହାନ୍ତି, ଶ୍ୟାମସୁନ୍ଦର ପୁରୋହିତ, ରବିନାରାୟଣ ପ୍ରଧାନ, ମାଗୁଣି ଗାଈଗୌରିଆ, ଦେବାଶିଷ ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ମନୋରଞ୍ଜନ ଦାଶ ଓ ସୂର୍ଯ୍ୟନାରୟଣ ମହାପାତ୍ର ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରରେ ଦଳୀୟ କାର୍ଯ୍ୟକର୍ତ୍ତା ତାପସ କୁମାର ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର, ସୁଶାନ୍ତ କୁମାର ବାଘ, ତ୍ରିପୁରାରୀ ବେହେରା, ବିଶିକେସନ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ଗାଈଗୌରିଆ, ବ୍ୟୋମକେଶ ମହାପାତ୍ର, କୈବଲ୍ୟ ପ୍ରଧାନ, ନିରଞ୍ଜନ ଦାନୀ, ସୁଦାମା ମେଣ୍ଡେଲି, ଶେଷ ଛାନ୍ଦ, ସ୍ୱର୍ଣ୍ଣମୟୀ ପ୍ରଧାନ, ମିନାରାଣୀ ମିଶ୍ର, ନମିତାରାଣୀ ଦାଶ, ରଶ୍ମିତା ହୋତା, ବବିତା ପ୍ରଧାନ, ରବି ଦେଓ, ବୈଦ୍ୟନାଥ ସାମଲ, ରାଜ କୁମାର ମେହେର, ଜଗବନ୍ଧୁ ଦାଶ ପ୍ରମୁଖଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ସମସ୍ତ ମୋର୍ଚ୍ଚା ସଭାପତି ଓ ସାଧାରଣ ସମ୍ପାଦକମାନେ ଯୋଗଦାନ କରିଥିଲେ।

Post a Comment

Previous Post Next Post