ସାଧାରଣ ପରିଷଦର ବାର୍ଷିକ ବୈଠକ

 


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦ ର ବାର୍ଷିକ ବୈଠକ ସଭାପତି ବଟକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତେଲିବନ୍ଧ ହାଟ ପଦା ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ଜିଲ୍ଲା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ଆଜିକାର ବୈଠକର ଉଦ୍ଦେଶ୍ୟ , ବିଗତ ଦିନର ଆୟ ବ୍ୟୟ ଉପରେ ଆଲୋକପାତ କରିବା ସହିତ ଅଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିଥିଲେ । ସମ୍ବଲପୁର ଜିଲ୍ଲାର ବିଶିଷ୍ଟ ସମାଜସେବୀ କ୍ଷମାନିଧି ବାଦି ମୂଖ୍ୟ ଅତିଥି ଏଵଂ ବୌଦ୍ଧ ଜିଲ୍ଲାର ଅବସରପ୍ରାପ୍ତ ସହକାରୀ କୃଷି ଅଧିକାରୀ ପ୍ରଦ୍ୟୁମ୍ନ କୁମାର ଦାସ୍ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ଏକତା, ସାମାଜିକ ସଂସ୍କାର, ସାମାଜିକ ପରିବର୍ତ୍ତନ, ସାମାଜିକ ଅଧିକାର ,


 ମାନବିକ ଅଧିକାର , ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ର ଜିଲ୍ଲା ଉପ ସଭାପତି ମକରଧ୍ବଜ ମହାନନ୍ଦିଆ , ବସନ୍ତ ଖୁରା , ରୋହିତ କହଁର, ସହକାରୀ ସାଧାରଣ ସଂପାଦକ କନ୍ନାଇ ବାଦି , ସହକାରୀ କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁଗ୍ମ ସଂପାଦକ ଶ୍ରୀନିବାସ ହାତୀ , ସଂଗଠନ ସଂପାଦକ ଦେବଦତ୍ତ ସାଗର , ପୂର୍ବତନ ସରପଂଚ ସନ୍ତୋଷ ବେହେରା , ପୂର୍ବତନ ସମିତି ସଭ୍ୟ ଡାକ୍ତର ବେହେରା , ବରିଷ୍ଠ ସଦସ୍ୟ କ୍ଷେତ୍ର ମୋହନ ମହାନନ୍ଦ , ପ୍ରସନ୍ନ ମହାନନ୍ଦିଆ , ଜୟରାମ ହରିପାଲ , ରବୀନ୍ଦ୍ର ନାଗ , ସୁମନ୍ତ ବେହେରା , ସନ୍ତୋଷ ପେରା , ଶଣ୍ଢେଶ୍ୱର ଜଗଦଲା , ସୁବ୍ରତ ଜଗଦଲା , ବାବୁଲି କହଁର , କଳିଙ୍ଗ ତଣ୍ଡିଆ , ଅନିଲ ତନ୍ତୀ , ବାଉଁଶୁଣୀ ପଂଚାୟତ ସଂପାଦକ ବିହାରୀଲାଲ୍ ଭୋଇନା , ଦପଲା ପଂଚାୟତ ସଂପାଦକ ଲିଙ୍ଗରାଜ ମହାନନ୍ଦିଆ , ଗୋଛାପଡ଼ା ପଂଚାୟତ ସଭାପତି ରମେଶ ମହାନନ୍ଦିଆ , ଆଇଁଲାପାଲି ପଞ୍ଚାୟତ ସଭାପତି ଜଗବନ୍ଧୁ ବାଦି , ସମାଜସେବୀ ଅନନ୍ତ କଲତା , ଭୂବନ ଭବସାଗର , ମହେନ୍ଦ୍ର କହଁର , ମଦନ ଜଗଦଲା , ବିନୋଦ ରାଜହଂସ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Post a Comment

Previous Post Next Post