୭ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କୁ ଭେଟିଲେ ବୌଦ୍ଧ ଜିଲ୍ଲା ସମାଜ ସେବୀ ଅନୁଷ୍ଠାନ

 


ବୌଦ୍ଧ,(ସୁଶାନ୍ତ କୁମାର ବେହେରା)"ମାନବ ସେବା ହିଁ ମାଧବ ସେବା "ଏହି ଉକ୍ତି ଟିକୁ ବ୍ରତ ହିସାବ ରେ ପାଳନ କରି ଦୁଃଖୀ ଅସହାୟ ଙ୍କ ଆଗରେ ଆଜି ଛିଡା ହୋଇଛି ବୌଦ୍ଧ ଜିଲ୍ଲା ସାମାଜିକ ସଙ୍ଗଠନ ଓ ଏମଏସଡି଼ଆନ୍ସ ଆସୋସିଏସନ  ଅଫ ଓଡ଼ିଶା। ଏଇ କିଛି ଦୀନ ତଳେ  ସଂଗଠନ ଦ୍ଵାରା ହରଭଙ୍ଗା ବ୍ଲକ  ରାଧାନଗର ସ୍କୁଲ ଠାରେ ଅସହାୟ ବୃଦ୍ଧ ବୃଦ୍ଧା ଙ୍କୁ ନେଇ ଆଖି ଚିକିତ୍ସା କାର୍ଯ୍ୟକ୍ରମ କରି ସମସ୍ତ ଙ୍କ ଠାରେ ପ୍ରଶଂସା ର ପାତ୍ର ହୋଇଛି।ଏହି କାର୍ଯ୍ୟକ୍ରମ ଶେଷରେ ବୌଦ୍ଧ ଜିଲ୍ଲା ର ସମସ୍ତ ସ୍ଵଚ୍ଛା ସେବୀ ସଂଗଠନ ଏକତ୍ରିତ ହୋଇ ଆସନ୍ତା ଦିନରେ କିଛି ଅସୁବିଧା କୁ ପ୍ରଶାସନ ଆଗରେ ରଖିବା ପାଇଁ ଆଗଭର ହୋଇଥିଲା।ତେଣୁ ଗତ କାଲି ୭ଦଫା ଦାବି ବୌଦ୍ଧ ଜିଲ୍ଲା ପାଳ ଲଲାଟେନ୍ଦୁ ମିଶ୍ର   ଙ୍କୁବୌଦ୍ଧ ଜିଲ୍ଲା  ରକ୍ତଭଣ୍ଡାର ର ସୁ ବ୍ୟବସ୍ଥା ନିମନ୍ତେ ଏକ ଦରଖାସ୍ତ ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ ରେ ବାଲ୍ମିକୀ ମହାକୁଡ, ପ୍ରଶାନ୍ତ ବିଶି, ଦିଗେଶ୍ ମହାକୁଡ, ପ୍ରତାପ କର୍ଣ୍ଣ, ସୌରଭ କୁମାର ବାଗ ସନ୍ତୋଷ ମେହେର ଭାଗ ନେଇଥିଲେ। ଲଲାଟେନ୍ଦୁ ମିଶ୍ର ଦାବିପତ୍ର ଗ୍ରହଣ କରି ଉକ୍ତ ସମସ୍ୟା ର ସମାଧାନ ତୁରନ୍ତ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।


ଦାବିପତ୍ର ଗୁଡିକ ମଧ୍ୟରେ 

  • ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଓ ମାନମୁଣ୍ଡରେ ରକ୍ତଭଣ୍ଡାର ବ୍ୟବସ୍ଥା କରାଯାଉ। 
  • ବୌଦ୍ଧ ରକ୍ତଭଣ୍ଡାର ପାଇଁ ଟୋଲଫ୍ରୀ ନମ୍ବର ଜାରୀ କରାଯାଉ।
  •  ସମସ୍ତ ରକ୍ତଦାତାଙ୍କୁ ଉଛିତ ସମ୍ମାନ ଦିଆଯାଉ
  • ୨୪ଘଣ୍ଟିଆ ସୁବିଧା ଦିଆଯାଉ
  • ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ହଇରାଣ ନ କରାଯାଉ।
  •  ଅଧିକ ରୁ ଅଧିକ ରକ୍ତଦାନ ଶିବିର ଆୟୋଜନ କରାଯାଉ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଛାହନ କରାଯାଉ।
  • ରକ୍ତଦାତାଙ୍କ ରକ୍ତ ନମୁନା ପରୀକ୍ଷା ରକ୍ତ ଭଣ୍ଡାରରେ ହିଁ କରାଯାଉ ବୋଲି ଏହି ଦାବୀ ପତ୍ରରେ ଉଲ୍ଲେଖ କରିଛନ୍ତି।

Post a Comment

Previous Post Next Post