ବୌଦ୍ଧ,(ଶୁଶାନ୍ତ କୁମାର ବେହେରା) ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପ୍ରାଥମିକ ବର୍ଗ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମନମୁଣ୍ଡା ପରିସରରେ ଉଦଘାଟିତ ହୋଇଯାଇଛି। ଜିଲ୍ଲା ସଂଘଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ବ୍ୟକ୍ତି ହୃଦୟରେ ଭାରତ ଭକ୍ତି ନିର୍ମାଣକରି ସମର୍ପଣ ଭାବରେ ସଙ୍ଗଠିତ ହୋଇ ଦେଶ ପାଇଁ କର୍ଯ୍ୟ କଲେ ଆମ ଦେଶ ପୁଣି ବିଶ୍ୱଗୁରୁ ହୋଇ ସାରା ବିଶ୍ୱକୁ ମାର୍ଗଦର୍ଶନ କରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ବର୍ଗରେ ଜିଲ୍ଲା ର ବିଭିନ୍ନ ବର୍ଗର ଯଥା ଛାତ୍ର,କୃଷକ,କର୍ମଚାରୀ, ବ୍ୟବସାୟୀ ଇତ୍ୟାଦି ଯୋଗଦେଇ ବୌଦ୍ଧିକର ଗୀତ ,ସୁଭାସିତ ,ଅମୃତ ବଚନ ଅଭ୍ୟାସ,ଚର୍ଚ୍ଚା ଗଟରେ ବିଭିନ୍ନବିଷୟ ଆଲୋଚନା କରିବା ସହ ଶାରୀରିକର ସୂର୍ଯ୍ୟନମସ୍କାର,ଆସନ, ପ୍ରାଣାୟମ, ନିୟୁଦ୍ଧ,ଦଣ୍ଡ,ଖେଳ, ବ୍ୟାୟାମଯୋଗ, ଘୋଷ ଇତ୍ୟାଦି ବିଷୟରେ ପ୍ରଶିକ୍ଷଣ ନେଉଛନ୍ତି। ପ୍ରଶିକ୍ଷକ ଭାବରେ ସଞ୍ଜୟ କୁମାର ତନ୍ତୀ, ଦେବବ୍ରତ ପାଣିଗ୍ରାହୀ, ଉମାକାନ୍ତ ବାହୁକ, ବିଜୟ କୁମାର ସାହୁ, ଇନ୍ଦୁଭୂଷଣ ମହାକୁଡ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି। ବଲାଙ୍ଗୀର ବିଭାଗ ପ୍ରଚାରକ ପ୍ରଣବ କୁମାର ନାୟକ ଯୋଗ ଦେଇ ଥିଲା ବେଳେ, ସର୍ବବ୍ୟବସ୍ଥା ପ୍ରମୁଖ ଭାବେ ବିକାଶ ସାହୁ ଦାୟିତ୍ଵ ତୁଲାଉଛନ୍ତି। କାର୍ଯ୍ଯ କ୍ରମର ସଫଳତା ପାଇଁ ସୁମନ୍ତ କୁମାର ଚାଉଳିଆ, ଅନନ୍ତ ବାଘ ଦେବେନ୍ଦ୍ର ପ୍ରଧାନ, ଶିବ ପ୍ରାସାଦ ସାହୁ ପ୍ରମୁଖ ସହଯୋଗ କରୁଛନ୍ତି। ଉକ୍ତ କାର୍ଯ୍ୟକ୍ରମ ୨୯ତାରିଖ ଯାଏଁ ଚାଲିବ ବୋଲି ବର୍ଗ କାର୍ଯ୍ୟବାହ ଜଣାଇଛନ୍ତି।

Post a Comment