ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (NPS)ବୌଦ୍ଧ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜ୍ୟ ସଂଘ ଉପ ସଭାପତି ଶମ୍ଭୁ ଗିରିଙ୍କ ଅଧ୍ୟକ୍ଷତାରେ ମାହେଶ୍ୱରୀ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ନୂତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ଥିବା ସମସ୍ତ ବର୍ଗର କର୍ମଚାରୀମାନଙ୍କ ସର୍ବଭାରତୀୟ ସ୍ତରରେ ପୁରୁଣା ପେନସନ ଦାବି କରି ଆନ୍ଦୋଳନ ଆରମ୍ଭ ହୋଇଛି । ବୌଦ୍ଧ ଜ଼ିଲ୍ଲା ସ୍ତରରେ ସବୁ ସଂଗଠନ ର କର୍ମକର୍ତ୍ତାମାନଙ୍କୁ ନେଇ ଏକ ମିଳିତ ବୈଠକ ଯଥା ଶୀଘ୍ର ବୌଦ୍ଧ ଠାରେ ଆହ୍ୱାନକରିବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା । ପୁରୁଣା ପେନସନ ଦାବି ନେଇ ରାଜ୍ୟ ସ୍ତରରେ ହେଉଥିବା ଆନ୍ଦୋଳନକୁ ସହଯୋଗ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା । ଏହା ଛଡା ପଞ୍ଚମ (5A)ରୁ( 5B)ବର୍ଗ କୁ ପଦନ୍ନୋତି ପାଇଥିବା ଓ (5B)ରୁ ଚତୁର୍ଥ ବର୍ଗ କୁ ପଦନ୍ନୋତି ପାଇଥିବା ଶିକ୍ଷକ /ଶିକ୍ଷୟିତ୍ରୀମାନଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରିବାକୁ DEO, BEO ମାନଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ସ୍ଥିର କରାଗଲା । ନିକଟରେ ଶିକ୍ଷା ସହାୟକ ରୁ ନିୟମିତ ଶିକ୍ଷକ ଯୋଗ୍ୟତା ପାଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଆସନ୍ତା ଜାନୁୟାରୀ ମାସରେ ସ୍ୱାଗତ କରିବାକୁ ସ୍ଥିର କରାଗଲା । ଖୁବ ଶୀଘ୍ର ଗୁଣାତ୍ମକ ଶିକ୍ଷା ସମ୍ବନ୍ଧୀୟ ଏକ କର୍ମଶାଳା ବୌଦ୍ଧ ଠାରେ ଆୟୋଜନ କରିବାକୁ ସ୍ଥିର କରାଗଲା । ବ୍ଲକ ସ୍ତରରେ ଶିକ୍ଷକ ସଂଗଠନ କୁ ସୁଦୃଢ କରିବା ପାଇଁ ବିଭିନ୍ନ କର୍ମକର୍ତ୍ତା ଙ୍କୁ ଦାୟିତ୍ୱ ପ୍ରଦାନ କରାଗଲା । କାର୍ଯ୍ୟକ୍ରମରେ ଜ଼ିଲ୍ଲା ସମ୍ପାଦକ ମହେଶ କୁମାର ସେଠୀ, ଜ଼ିଲ୍ଲା କାର୍ଯ୍ୟକାରୀ ସଭ୍ୟ/ସଭ୍ୟା ରେଣୁପ୍ରଭା ବେହେରା, ଚାପଧାରୀ ପାତ୍ର, ଜ଼ିଲ୍ଲା ସାଙ୍ଗଠନିକ ସମ୍ପାଦକ ଅନାଦି ବେହେରା, ଗଣ ମାଧ୍ୟମ ସଂଯୋଜକ ବିଜୟ ସାହୁ, ବୌଦ୍ଧ ବ୍ଲକ ସମ୍ପାଦକ ପ୍ରତାପ କୁମାର ବେହେରା, ହରଭଙ୍ଗା ବ୍ଲକ ସଭାପତି ଅଜୟ କୁମାର ମିଶ୍ର, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।

Post a Comment