କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): ବଲାଙ୍ଗିର ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇଛି ଆଇନ ଶୃଙ୍ଖଳା। ଅପରାଧୀଙ୍କ ମନରୁ ପୁଲିସର ଭୟ ଲିଭିଯାଇଥିବାବେଳେ ପୁଲିସ ମୁଖ୍ୟାଙ୍କ ସବୁ ପ୍ରକାର ଉଦ୍ୟମ ଏବେ ବିଫଳ ହୋଇଛି । ପୁଣି କିଛି ଅଧିକାରୀଙ୍କ ପାଇଁ ବଲାଙ୍ଗିର ପୁଲିସ ଦୁର୍ନାମ ମୁଣ୍ଡାଇଛି। ତେବେ ବଲାଙ୍ଗିର ପୁଲିସର ଛବି ସୁଧାରିବାକୁ ଏବେ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ପୁଲିସରେ ଏକ ବଡଧରଣର ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଜିଲ୍ଲାର ବିଭିନ୍ନ ଥାନରେ କାର୍ଯ୍ୟରତ ୨୭ ଜଣ ଅଧିକାରୀ ବଦଳି ହୋଇଛନ୍ତି । ସେଥିରେ ୧୨ ଇନ୍ସପେକ୍ଟର ଏବଂ ୧୧ ଏସଆଇ ଓ ୩ ଏ ଏସାଆଇ ରହିଛନ୍ତି।
ସୂଚନା ଅନୁସାରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ସଞ୍ଜିବ କୁମାର ପ୍ରଧାନଙ୍କୁ ତୁଷୁରା ଥାନାକୁ ବଦଳି କରାଯାଇଛି। ସେହିଭଳି ଇନ୍ସପେକ୍ଟର ସୁରେଶ ଚନ୍ଦ୍ର ପ୍ରଧାନଙ୍କୁ ତୁଷୁରାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଇନ୍ସପେକ୍ଟର ସୁଶାନ୍ତ କୁମାର ପ୍ରଧାନଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ବଙ୍ଗୋମୁଣ୍ଡା ଥାନା, ଇନ୍ସପେକ୍ଟର ଆଲୋକ ବେହେରାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ସିନ୍ଧେକେଲା ଥାନା ଇନ୍ସପେକ୍ଟର ପଞ୍ଚାନନ ନାଏକଙ୍କୁ ସିନ୍ଧେକେଲା ଥାନାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଇନ୍ସପେକ୍ଟର ଅବନୀ ସାହୁଙ୍କୁ ଜିଲ୍ଲା ପୁଲିସ କାର୍ଯୟାଳୟରୁ ସଇଁତଳା ଥାନା, ଇନ୍ସପେକ୍ଟର ସଂଗ୍ରାମ କେଶରୀ ପଟ୍ଟନାୟକଙ୍କୁ ସଇଁତଳା ଥାନାରୁ ଲୋଇସିଂହା ଥାନା, ଇନ୍ସପେକ୍ଟର ଆରକେ ଜେନାଙ୍କୁ ଲୋଇସିଂହା ଥାନାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଇନ୍ସପେକ୍ଟର ପ୍ରଣୟ ମୁର୍ମୁଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ତୁରେକେଲା ଥାନା, ଇନ୍ସପେକ୍ଟର କମଳଲୋଚନ ବେହେରାଙ୍କୁ ତୁରେକେଲାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟ, ଇନ୍ସପେକ୍ଟର ରାଜେନ୍ଦ୍ର ବେହେରାଙ୍କୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରୁ ଲରମ୍ଭା ଥାନା, ଇନ୍ସପେକ୍ଟର ବାରିଣୀ ଦାସଙ୍କୁ ଲରମ୍ଭା ଥାନାରୁ ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହୋଇଛି। ସେହିଭଳି ଏସିଆଇ ଭାନୁପ୍ରିୟା ମହାନ୍ତିଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ପୁଇଁତଳା ଥାନା, ଏସଆଇ କୀର୍ତ୍ତି ଚୌଧୁରିଙ୍କୁ ପୁଇଁତଳାରୁ ମୁରିବାହାଲ ଥାନା, ଏସଆଇ ଦେବରଚନ ମିର୍ଜାଙ୍କୁ ଆଗଲପୁର ଫାଣ୍ଡିରୁ ଲାଠୋର ଥାନା, ଏସଆଇ ଆକାଶ ସାମଲଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ କଣ୍ଟାବାଞ୍ଜି ଥାନା, ଏସଆଇ ଦେବାଶିଷ ଶତପଥୀଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ଟିଟିଲାଗଡ଼ ଥାନା, ଏସଆଇ ଅଭିନାଶ ନାଏକଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ଟାଉନ ଥାନା, ଏସଆଇ ନରେନ୍ଦ୍ର ଛତ୍ରିଆଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ଟିଟିଲାଗଡ଼ ଥାନା, ଏସଆଇ ବ୍ରଜକିଶୋର ପଣ୍ଡାଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ପାଟଣା ଗଡ଼ ଥାନା, ଏସଆଇ ସୁଜ୍ଞାନକୁମାର ବାରିକଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ କଣ୍ଟାବାଞ୍ଜି ଥାନା, ଏସଆଇ ଦନାରଦିନ ଓରାମଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ମୁରିବାହାଲ ଥାନା, ଏସଆଇ ବାସୁଦେବ ଭୋଇ ଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ସଦର ଥାନା, ଏସଆଇ ଆଲୋକ ପ୍ରସାଦ ଭୋଇଙ୍କୁ ରିଜର୍ଭ ପୁଲିସ କାର୍ଯ୍ୟାଳୟରୁ ତୁଷୁରା ଥାନାକୁ ବଦଳି କରାଯାଇଛି। ସେହିପରି ଏଏସଆଇ ସୁମନ୍ତ କୁମାର ପଣ୍ଡାଙ୍କୁ ବେଲପଡ଼ା ଥାନାରୁ ପୁଇଁତଳା ଥାନା, ଏଏସଆଇ ବିଶ୍ବମ୍ବର ବାଗଙ୍କୁ ପୁଇଁତଳା ଥାନାରୁ ବେଲପଡ଼ା ଥାନା ଓ ଏଏସଆଇ ଯୁବରାଜ କୁମ୍ଭାରଙ୍କୁ ଗୁଡେଭେଲାରୁ ଲରମ୍ଭା ଥାନାକୁ ବଦଳି ହୋଇଥିବା ସୂଚନା ମିଳିଛି।
Post a Comment