ସୁସ୍ଥ ସମାଜ ଗଠନ ରେ ନିଜର ଉତ୍ସର୍ଗ ପ୍ରେରଣା ହେବା ଉଚିତ୍


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ ଦିଗରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଣୁ ସମାଜକୁ ଶୃଙ୍ଖଳିତ ଓ ସୂପଥରେ ଆଗେଇ ନେବା ପାଇଁ ରକ୍ତଦାନ ଭଳି ଏକ ମହାନ୍ କାର୍ଯ୍ୟରେ ନିଜକୁ ସାମିଲ କରାଇ ଆଗାମୀ ପିଢ଼ି ପାଇଁ ଏକ ପ୍ରେରଣା ସୃଷ୍ଟି କରିଛନ୍ତି ବୋଲି ପଞ୍ଚମ ଗଡ଼ଜାତ ଲୋକ ମହୋତ୍ସବ ର ତୃତୀୟ ଦିବସରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବୀରନରସିଂହପୁର ନର୍ସରୀ ଠାରେ ପାଳିତ ହେଉଥିବା ମହୋତ୍ସବ ର ତୃତୀୟ ଦିବସରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ହରଭଙ୍ଗା ବ୍ଲକ ମେଡିକାଲ ଅଫିସର ଶ୍ରୀମନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିବିର କୁ ଉଦଘାଟନ କରିଥିଲେ। ସ୍ଥାନୀୟ ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ରଘୁନାଥ ଷଡ଼ଙ୍ଗୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ରକ୍ତଦାନ ଶିବିର ରେ ସ୍ଥାନୀୟ ଡ଼୍ରାଇଭର ମହାସଂଘର ସ୍ବେଚ୍ଛାସେବୀ ମାନେ ଯୋଗଦେବ।ସହ ଅଞ୍ଚଳର ଯୁବଗୋଷ୍ଠୀ ମଧ୍ୟ ସାମିଲ ହୋଇ ଥିଲେ।


 ଡ: ରଜତ ମହାନନ୍ଦିଆ, ରକ୍ତପରାମର୍ଶଦାତା ବନୋଜ କୁମାର ପ୍ରଧାନ, ଲବୋରେଟରି ଟେକ୍ନିସିଆନ ଦିଲ୍ଲୀପ କୁମାର ଭୋଇ, ସହକର୍ମୀ ବ।ଦଲ କୁମାର ପ୍ରଧାନ ଶିବିର ପରିଚାଳନା କରି ୨୮ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ। ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିବାସୀ ଶିଶୁ କଣ୍ଠଶିଳ୍ପୀ ସମାଇରା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମହୋତ୍ସବ କମିଟି ର ସଭାପତି ଶ୍ରୀ ବିଶ୍ୱଜିତ ମିଶ୍ର ସଭାରେ ଅଧ୍ୟକ୍ଷତା କରି ଥିଲା ବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ସଭ୍ୟ ଶ୍ରୀ ପୁରନ୍ଦର ଠେଲା ଧନ୍ୟବାଦ ଅର୍ପଣ କରିଥିଲେ ଓ କମିଟି ର ସମସ୍ତ ସଭ୍ୟ କାର୍ଯ୍ୟକ୍ରମର ସଫଳତା ପାଇଁ ସହଯୋଗ କରିଥିଲେ।

Post a Comment

Previous Post Next Post