ରିପୋର୍ଟର : ଜିଲ୍ଲା ପ୍ରତିନିଧି ପ୍ରଭାକର ମଲ୍ଲିକ
ବାଲେଶ୍ବର,(ଆଜତକ୍ ଓଡ଼ିଶା) ବାଲେଶ୍ବର ଜିଲ୍ଲାର ୧୭ ନମ୍ୱର ଜିଲ୍ଲା ପରିଷଦ ଜୋନର ସିଂଲା ଠାରେ ସାହାଡ଼ା ମଣ୍ଡଳ ସଭାପତି ଦେବବ୍ରତ ନନ୍ଦଙ୍କ ସଭାପତିତ୍ବ ଏବଂ ସିଂଲା ପଞ୍ଚାୟତ ସଭାପତି ଜୟନ୍ତ କୁମାର ମିଶ୍ରଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବ ଏବଂ କର୍ମୀ ସମାବେଶରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ଉପସଭାପତି ପ୍ରଦୀପ କୁମାର ପଣ୍ଡା, କମଳଲୋଚନ ଦାସ, ଜିଲ୍ଲା ପରିଷଦ ସଦସ୍ୟ ନବକୃଷ୍ଣ ଦାସ, ଜିଲ୍ଲା ମିଡିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବାସୁଦେବ ପଣ୍ଡା, ମଣ୍ଡଳ ସାଧାରଣ ସମ୍ପାଦକ ବିପିନ ବିଶ୍ଵାଳ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଯଶୋଦା ନାୟକ, ପଞ୍ଚାୟତ ସମ୍ପାଦକ ରାମକୃଷ୍ଣ ଶୁକ୍ଳ, ଉପସଭାପତି ଶୁଭ୍ରାଂଶୁ ନାୟକ, ସହ ସମ୍ପାଦକ ବେଣୁଧର ଗିରି, ଜିଲ୍ଲା ସ୍ତରୀୟ ନେତା ଦୀପକ କୁମାର ପ୍ରଧାନ, ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ସୁବ୍ରତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ବ୍ରଜମୋହନ ମିଶ୍ର, ପୂର୍ବତନ ସମିତି ସଦସ୍ୟ ପ୍ରାର୍ଥୀ ଅଚ୍ୟୁତ ଦାସ ମଞ୍ଚାସିନ ଥିଲେ । ଏହି ମିଶ୍ରଣ ପର୍ବରେ ବିଜେପିର ବିଚାରଧାରା ତଥା ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟକରି ବରେନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଜନ୍ମେଜୟ ପାଢ଼ୀ, ପ୍ରଶାନ୍ତ କୁମାର ମିଶ୍ର, ରବୀନ୍ଦ୍ର ପରିଡ଼ା, ପରିଡ଼ା, ବିଦ୍ୟାଧର ପରିଡ଼ା, କମଳାକାନ୍ତ ପ୍ରମାଣିକ, ଜଗନ୍ନାଥ ପରିଡ଼ା, ପରେଶ୍ ପରିଡ଼ା,ବାଇଧର ଦଳାଇ, ରଘୁନାଥ ସାହୁ, ନାରାୟଣ ସାହୁ, ଦିବାକର ପ୍ରମାଣିକ, ପ୍ରମୋଦ ସାହୁ, ସୁନିଲ ପରିଡ଼ା, ପ୍ରଦୀପ ପରିଡ଼ା, ବରେନ୍ଦ୍ର ସାହୁ, ସତ୍ୟରଞ୍ଜନ ସାହୁ, ଶମ୍ଭୁନାଥ ପରିଡ଼ା, ବଂଶୀଧର ଜେନା, ମାଳତୀ ଜେନା,ବସନ୍ତ ଦାଶ, ସୁଧାକର ପରିଡ଼ା, ଶୁଭେନ୍ଦୁ ଦାଶ, ସପନ ପଣ୍ଡା, ଅକ୍ଷୟ ଜେନା, ସଂଗ୍ରାମ ଦଳାଇ, ରମାକାନ୍ତ ପ୍ରମାଣିକ, ଚୈତନ୍ୟ ସାହୁ, ହେମନ୍ତ ମିଶ୍ର, ଗିରିଜା ଶଙ୍କର ଦାଶ, ଜଗତ ଜୀବନ ଦାଶ, ସତ୍ୟାନନ୍ଦ ଦାଶ, ସୁଦାମ ବ୍ରହ୍ମା, ପଶୁପତି ଦାଶ, ସରୋଜ ସାହୁ, ଅକ୍ଷୟ କାମିଳା, ତନ୍ମୟ ପ୍ରମାଣିକ, ମାନସ ସାହୁ, ଚୈତନ୍ୟ ସାହୁ, ଅଞ୍ଜୁଲତା ସାହୁ, ଅଞ୍ଜୁଲତା ପଣ୍ଡା, ମାଳତୀ ସାହୁ, ସାବିତ୍ରୀ ମହାନ୍ତି, ଝୁନୁରାଣି ସାମଲ, ସୁକାନ୍ତି ସାମଲ, ଜ୍ଞାନରଞ୍ଜନ ଜେନା, କୈଳାଶ ଜେନା, ଇତ୍ୟାଦି ଶତାଧିକ କର୍ମୀ ବିଭିନ୍ନ ଦଳରୁ ଆସି ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ଏହି ମିଶ୍ରଣ ପର୍ବ ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ସିଂଲା ପଞ୍ଚାୟତର ବିଜେପି କାର୍ଯ୍ୟାଳୟ ଉଦ୍ଘାଟନ ହୋଇଥିଲା । ଶେଷରେ ବରେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Post a Comment