୬ଦଫା ଦାବି ନେଇ ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ ଅଫିସ ଘେରାଓ :ଦାବି ପୂରଣ ନହେଲେ ଆଗାମୀ ଦିନରେ ଗଣ ଆନ୍ଦୋଳନ ର ଚେତାବନୀ


ରିପୋର୍ଟର : ସୁଶାନ୍ତ କୁମାର ବେହେରା

ହରଭଙ୍ଗା,(ଆଜତକ୍ ଓଡ଼ିଶା) ବୌଦ୍ଧ ଭାରତୀୟ କିଷାନ ସଂଘ ପକ୍ଷରୁ ହରଭଙ୍ଗା ତହସିଲ କୁ ଶୁକ୍ରବାର ଦିନ ଘେରାଉ କରାଯାଇଥିବା ବେଳେ ସଙ୍ଘ ପକ୍ଷରୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଙ୍କୁ ଦିଆଯାଇଥିବା ଜଣାପଡିଛି । କିଷାନ ସଙ୍ଘ ର ଦାବିପତ୍ର ଅନୁଯାଇ ଆଗାମୀ ଦିନରେ ରବିଫସଲ ପାଇଁ ଚାଷୀ ଙ୍କୁ ମାଗଣା ରେ  ବିହନ, ସାର, ଓଷଧ ଯୋଗାଇ ଦେବା,  ସମବାୟ ସମିତି ପକ୍ଷରୁ ଚାଷୀ ମାନଙ୍କୁ ମଞ୍ଜୁର ହୋଇଥିବା ରବି ଋଣ ପ୍ରଦାନ କରାଯାଉ।  ୨୦୧୮ ରେ ହୋଇଥିବା ପେଥାଇ ପ୍ରଭାବ ରେ ହରଭଙ୍ଗା ତହସିଲ ଧଳପୁର ସର୍କଲ ର ଚାଷୀ ମାନେ ଆଜି ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ର ମୂଲ୍ୟ ପାଇନଥିବା ବେଳେ ତୁରନ୍ତ  ଚାଷୀଙ୍କୁ କ୍ଷୟକ୍ଷତି ର ଟଙ୍କା ପ୍ରଦନ କରାଯାଉ । ୨୦୨୦ ଖରିଫ ଋତୁ ରେ ମହାନଦୀ କୁଳିଆ ଥିବା ଗ୍ରାମଗୁଡିକ ବନ୍ୟା ଯୋଗୁଁ ଚାଷୀକ୍ଷତି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କ କୌଣସି ସହାୟତା ମିଳିନଥିବା ବେଳେ ତାହା ମଧ୍ୟ  ପୂରଣ କରିବାପାଇଁ ଦାବି କରାଯାଇଥିବା ବେଳେ ବ୍ଲକ ର ପ୍ରସ୍ତାବିତ ମହାନଦୀ କୂଳରେ  ରାମଗଡ଼ ସାଂପଚ ,ଧଳପୁର ଠାରେ ବୃହତ ଉଠା ଜଳସେଚନ  ପ୍ରକଳ୍ପ ଗୁଡିକ ର ତୁରନ୍ତ ନିର୍ମାଣ କରିବା ପାଇଁ  ପଦକ୍ଷେପ ନିଆଯାଉ ବୋଲି କିଷାନ ସଙ୍ଘ ପକ୍ଷରୁ ଦାବି କରାଯାଇଥିଲା ।   ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର ଙ୍କ ନେତୃତ୍ୱରେ ଉକ୍ତ ରାଲି ଟି ଚାରିଛକ ସ୍ଥିତ କାଠ କର୍ପୋରେସନ ଠାରୁ ବାହାରି ତହସିଲ କାର୍ଯ୍ୟଳୟ କୁ ପହଂଚି  ଚାଷୀଙ୍କ ହକ ପାଇଁନାରବାଜି ଦେବସହ 6ଦଫା ଦାବିପତ୍ର ତହସିଲଦାର ସମ୍ଭୁପ୍ରସାଦ ମିଶ୍ର ଙ୍କୁ  ଦିଆଯାଇଥିଲା ।ଏହି ଚାଷୀ ରାଳିରେ ଯୁବ ସମାଜ ସେବୀ ଚାଷୀ ନେତା ବିକାଶଚନ୍ଦ୍ର ମହାକୁଡ଼ , ଲବକିଶୋର ପ୍ରଧାନ, କାଲେନ୍ଦୀ ଚରଣ ଖେତି, ଚିତରଞ୍ଜନ ସାହୁ, ଦଣ୍ଡପାଣି ମେଣ୍ଡୁଲି,ଅରୁପା ଦୀପ ଙ୍କ ସମେତ ବ୍ଲକ ର ବିଭିନ୍ନ ପଂଚୟତ ରୁ ଆସିଥିବା ଶତାଧିକ ଚାଷୀମାନେ ଯୋଗଦେଇଥିଲେ ।

Post a Comment

Previous Post Next Post