ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ଉଦଯାପିତ


ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ବୌଦ୍ଧ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚବିଦ୍ୟାଳୟ, ବାଉଁସୁଣୀ ନିକଟସ୍ଥ ମା ମାହେଶ୍ୱରୀ ପିଠ ଠାରେ ଯୁବସଂଗଠନ ମା ମାହେଶ୍ୱରୀ ସେନା ତରଫରୁ ରାଜ୍ୟସ୍ତରୀୟ ମାହେଶ୍ୱରୀ ମହୋତ୍ସବ ସକାଳ ଦଶଘଣ୍ଟା ସମୟରେ ଉଦଘାଟିତ ହୋଇ ସନ୍ଧ୍ୟା ଛଅ ଟା ସମୟରେ ଉଦଯାପିତ ହୋଇଯାଇଅଛି । ମାହେଶ୍ୱରୀ ମୁଖ୍ୟ ସେନା ଆବାହକ ଥବିର କର୍ମୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ମଲିଆ ଗଡୁଆ (ବଲାଙ୍ଗୀର ), ଆଇନଜୀଵୀ କହେଁଇ ଚରଣ ଡାଙ୍ଗ, ଅବସରପ୍ରାପ୍ତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଧନେଶ୍ୱର ଅମାତ, ମୁଖ୍ୟବକ୍ତା ଭାବେ ରାଜ୍ୟଡ଼ୁମାଳ ପରିଷଦ ସଦସ୍ୟ ତଥା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ,ବରଗଡ଼ ଜିଲ୍ଲା ସଭାପତି ଦୟାସାଗର ମେଣ୍ଡିଲି, ରାଜ୍ୟ ମହିଳା ସଭାନେତ୍ରୀ ହେମାବତୀ କରଣ (ବରଗଡ଼ ), ରାଜ୍ୟ ସହ ସମ୍ପାଦକ ବିପିନ ପାତ୍ର (ଅନଗୁଳ ), ବାଉଁଶୁନି କେନ୍ଦ୍ର ସଭାପତି ଅଶୋକ ମହାକୁଡ଼,ପୂର୍ବ ଶିକ୍ଷ୍ୟା ନିରୀକ୍ଷକ କପିଳ କମ୍ପ,ସମାଜସେବୀ ଉମାକାନ୍ତ ମହାକୁଡ଼ ପ୍ରମୁଖ ମଞ୍ଚାସିନ ରହି ଉଦବୋଧନ ଦେଇଥିଲେ, ସହସ୍ରାଂଶୁ ମହାକୁଡ଼ ମଞ୍ଚ ପରିଚାଳନା କରିଥିଲେ, କାର୍ଯ୍ୟକ୍ରମ ରେ ମା ମାହେଶ୍ୱରୀ ସେନା ର ମହେନ୍ଦ୍ର ମହାକୁର, ଅକ୍ରୁର ଗାଈଗୌରିଆ, ନିରଞ୍ଜନ ଗେଜ, ସୁରେଶ କମ୍ପ, ମନୁ ମହାକୁର, ଅଜିତ କରନ, ଏକଲବ୍ୟ ମହାକୁର, ସୁରେନ୍ଦ୍ର ମହାକୁର, ଜିତେନ୍ଦ୍ର ମେଣ୍ଡିଲି, ଅଜିତ କରନ ସହଯୋଗ କରିଥିଲେ, ତାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉଦଯାପନୀ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ ପରିଦର୍ଶିତା ଲାଭକରିଥିବା ସଂଗଠନ, ବ୍ୟକ୍ତିବିଶେଷ ଓ କୃତୀ ଛତ୍ର /ଛାତ୍ରୀ ମାନଙ୍କୁ ମା ମାହେଶ୍ୱରୀ ସେନା ତରଫରୁ ଉପଢୌକନ ଓ ସାର୍ଟିଫିକେଟ ଦେଇ ସମ୍ମାନିତ କରାଯାଇଥିଲା, ଏହି ସଭାରେ ରାଜ୍ୟଡ଼ୁମାଳ ପରିଷଦ ଉପ ସଭାପତି କୃତ୍ତିବାସ ପଲିଆ ଓ ପୂର୍ବ -ଉପସଭାପତି ପାଣ୍ଡଵ କର୍ଣ୍ଣ,ମାହେଶ୍ୱରୀ ସମାଚାରର ସମ୍ପାଦକ ହରିଶଙ୍କର ବେହେରା,ମାହେଶ୍ୱରୀ କଲେଜର ପ୍ରତିଷ୍ଠାତା ଫକୀର କର୍ଣ୍ଣ, ଭାରତୀୟ ସେନା କମିଶନ ନିର୍ମଳ ଦେହେରୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ କରିବା ପାଇଁ ରାଜ୍ୟ କୋଷlଧକ୍ଷ୍ୟ ଜିତେନ୍ଦ୍ରିୟ ବେହେରା, ଯୁବ ସଂଯୋକକ ପ୍ରଭାତ ଚନ୍ଦ୍ର ପ୍ରଧାନ, ରାଜ୍ୟ ଯୁବ ପ୍ରତିନିଧି ହୀରା ମହାକୁଡ଼, ଚୈତନ୍ୟ କର୍ଣ୍ଣ,, ମହେନ୍ଦ୍ର ମହେଶ୍ୱର ପ୍ରଧାନ ଙ୍କ ସମେତ ବାଉଁସୁଣୀ କେନ୍ଦ୍ର ସହଯୋଗ କରିଥିଲେ ।

Post a Comment

Previous Post Next Post