ହରଭଙ୍ଗା,(ସୁଶାନ୍ତ କୁମାର ବେହେରା).ଆଜି ୧୧ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଚାରିଛକ ସ୍ଥିତ ଶ୍ରୀ କେଦାରେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି!କମିଟିର ସମ୍ପାଦକ ମହେଶ୍ୱର ନାୟକ ଚଳିତ ବର୍ଷ ଆୟ ବ୍ୟୟ ର ହିସାବ ଦେଇଥିଲେ। ଚଳିତ ବର୍ଷ ଭୋଗ ବାବଦରେ ୨୫୮୮ ଟଙ୍କା ଥିବାରୁ ଆସନ୍ତା ବର୍ଷ ଜମା ଆଗରୁ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଗଲା। ଠାକୁର ଙ୍କ ଭୋଗ ଓ ମନ୍ଦିର ଉନ୍ନତି ସକାଶେ ଆବଶ୍ୟକ ଅର୍ଥ ଦେବୋତର ବସି ଚିଠା ପ୍ରସ୍ତୁତ କରିଥିଲେ!ଉକ୍ତ ବୈଠକ ରେ ସୁବାଷ ଚନ୍ଦ୍ର ସାହୁ, ଦିଲ୍ଲୀପ ନାୟକ, ଦିଲ୍ଲୀପ ସାହୁ,ଅନାଦି ଚରଣ ସାହୁ, ସନ୍ତୋଷ କୁମାର ପାତ୍ର,ରାଜ କିଶ୍ଵର ବେହେରା,ସଚ୍ଚିଦାନନ୍ଦ ଦନ୍ତା, ବାଇଧର ସାହୁ, ଶାସ୍ତ୍ରୀ ପାତ୍ର,ଆଦିକନ୍ଦ ସାହୁ, ସହିତ ଅନ୍ୟାନ୍ୟ ସଭ୍ୟ ମାନେ ଉପସ୍ଥିତ ଥିଲେ।
ଚାରିଛକ କେଦାରେଶ୍ୱର ମହାଦେବ ମନ୍ଦିରର କାର୍ଯ୍ୟକାରିଣୀ ବୈଠକ
ଆଜତକ ଓଡ଼ିଶା
0
Post a Comment