ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପରିବାରଙ୍କୁ ସହାୟତା ପ୍ରଦାନ କଲେ ବିଧାୟକ

 


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା) ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ପରିବାରଙ୍କୁ ସହାୟତା କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ । ଘୋଷଣା ଅନୁସାରେ ମଙ୍ଗଳବାର କଣ୍ଟାବାଞ୍ଜିରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଯୋଗ୍ୟ ହିତାଧିକାରୀ ମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଥିଲେ ।

ଖବର ଅନୁଯାୟୀ, କଣ୍ଟାବାଞ୍ଜି ଏନଏସିର ୩ ହଜାର ୯୦୧ ହିତାଧିକାରୀଙ୍କ ପରିବାରଙ୍କୁ ୧ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାଯାଇଛି । ଆଜି ପ୍ରଥମେ ଦିନରେ ୨୦ଜଣରୁ ଅଧିକ ହିତାଧିକାରୀଙ୍କୁ ଦିଆଯାଇଥିବା ବେଳେ ଆସନ୍ତାକାଲି ଠାରୁ ଓ୍ୱାର୍ଡଓ୍ୱାରୀ ଅନ୍ୟ ହିତାଧିକାରୀଙ୍କୁ ଦିଆଯିବ ବୋଲି ଯୋଗାଣ ଅଧିକାରୀ ସନାତନ ମାଝୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜ୍ୟୋତି ଏସଏସଜି ଗ୍ରୁପର ସଭାନେତ୍ରୀ ବାସନ୍ତୀ ପୁଞ୍ଜି, ସମ୍ପାଦିକା ଦୀପଞ୍ଜଳି ଜୁଏଡ଼, ଅନିଲ ସୋନି, ବାବୁଲି ମହାନ୍ତି, କରିମ ଖାଁ, ୟୁନୁସ ଦାଉଦ, ପ୍ରମୁଖ ଉପସ୍ଥିତ ଥିଲେ ।

Post a Comment

Previous Post Next Post